Home କୋରାପୁଟ  ଜୟପୁର ସଦର ଥାନାର ସୁନାରିଗୁଡା ଲୁଟ ଘଟଣାରେ ୫ ଗିରଫ

 ଜୟପୁର ସଦର ଥାନାର ସୁନାରିଗୁଡା ଲୁଟ ଘଟଣାରେ ୫ ଗିରଫ

25

କୋରାପୁଟ ୧୨-୦୭(ଓଡିଆ ପୁଅ /ରଂଜନ ଦାସ) ଜୟପୁର ସଦର ଥାନା ସୁନାରିଗୁଡା ଛକରୁ ଲୁଟ ଘଟଣାରେ ପୋଲିସ ୫ଜଣ  ଅଭିଯୁକ୍ତଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟ ଯେ ଜୟପୁର  ପୁରୁଣା ସଦର ଥାନା କଲୋନୀର କ୍ଷୀରୋଦ ଚନ୍ଦ୍ର ରାଉତ ୧୦ ତାରିଖ ଅପରାହ୍ନ୍ନରେ ଫାମ୍ପୂଣୀ ଗ୍ରାମରୁ ଜୀବନ ବୀମା ପ୍ରିମିୟମ ଟଙ୍କା ସଂଗ୍ରହ କରି ଘରକୁ ଫେରୁଥିବାବେଳେ ସୁନାରିଗୁଡା ଛକ ନିକଟରେ ଏକ ପଲସର ମୋଟର ସାଇକଲରେ  ମୁଖାପିନ୍ଧା ୨ଜଣ ଯୁବକ ଆସି ତାଙ୍କୁ ଆକ୍ରମଣ କରି  ୧୦ ହଜାର ଟଙ୍କା,ସ୍ମାର୍ଟ ଫୋନ ନେଇ ପଳାଇଥିଲେ । ଶ୍ରୀ ରାଉତ ଅଭିଯୋଗ କରିବା ପରେ ସଦର ଥାନା ପୋଲିସ  ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଜୟନଗର  ଦାସିରି ସାହିର ସମୀର ମହାପାତ୍ର(୧୯) ,ବିଷ୍ନୁ ହରିଜନ(୧୯),ଚିଲିଗୁଡାର ବାବୁଲା ବାହାଦୁର(୧୯) ,ପାଇକ ସାହିର ସୁନୀଲ ଆଚାରି(୧୮) ଓ  ବୈପାରିଗୁଡା ଥାନା ଦିଗାପୁରର ଶଙ୍କର ଦଣଣ୍ଡସେନା(୩୦)କୁ ଗିରଫ  କରିଥିଲା ।  ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ  ୮୦୫୦ ଟଙ୍କା,୨ଟି ବାଇକ ଓ ୨ଟି ମୋବାଇଲ ଫୋନ ଜବତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.