Home ଜିଲ୍ଲା ପରିକ୍ରମା ବାଇକ ଦୁର୍ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାଇକ ଦୁର୍ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମୃତ୍ୟୁ, ଜଣେ ଗୁରୁତର

186

ମାଲକାନଗିରି : ୩/୭ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। କୋରକଣ୍ଡା ବ୍ଲକ ନୀଳା କାମୁରୁ ପଞ୍ଚାୟତର (ପି,ଇ,ଓ) ସୁଦର୍ଶନ ଘରାମି ଓ ଅନ୍ୟ ଜଣେ (ପି,ଇ,ଓ) ଭାସ୍କର ଚନ୍ଦ୍ର ଖରା ଡୁଡାମେଟା ପଞ୍ଚାୟତର ନିଜ ବ୍ଲକ କୋରକଣ୍ଡାରେ ଚାଲିଥିବା ମିଟିଙ୍ଗ ସାରି ନିଜଘରକୁ ସନ୍ଧ୍ୟା ସମୟରେ ମୋଟର ସାଇକେଲରେ ୨ଜଣ ଫେରୁଥିବା ସମୟରେ କୁଡୁମୁଲୁ ଗୁମ୍ମା ନୃସିଂହ ମନ୍ଦିର ନିକଟରେ ହଠାତ କୌଣସି କାରଣରୁ ମୋଟର ସାଇକେଲରୁ ଭାରସାମ୍ୟ ହରାଇ ୨ଜଣ ତଳେ ଖସି ପଡିଥିଲେ ସେମାନଙ୍କୁ ମେଡିକାଲକୁ ଆଣିବା ପରେ ସେଠାରେ ସୁଦର୍ଶନ ଘରାମିଙ୍କୁ ଡାକ୍ତର ମୃତୁ ଘୋଷଣା କରିଥିଲେ। ସୁଦର୍ଶନ ଘରାମିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ କୋରାପୁଟ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ମୃତ୍ୟୁକୁ ନେଇ ସାରା ଗୁମ୍ମାରେ ଶୋକାକୁଳ ବାତାବରଣ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.