Home ଅନୁଗୁଳ ଶନିବାର ଓ ରବିବାରକୁ ସଟ୍ ଡାଉନ୍ ଘୋଷଣା କଲେ ଅନୁଗୋଳ ଜିଲ୍ଲାପାଳ

ଶନିବାର ଓ ରବିବାରକୁ ସଟ୍ ଡାଉନ୍ ଘୋଷଣା କଲେ ଅନୁଗୋଳ ଜିଲ୍ଲାପାଳ

176

ଅନୁଗୋଳ(ଓଡିଆ ପୁଅ/ଅଜିତ କୁମାର ବେହେରା ): ଶୁକ୍ରବାର ଦିନ ଅନୁଗୋଳ ଜିଲ୍ଲାରେ ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଅଧିକ ସଂକ୍ରମଣ ଆଶଙ୍କାକୁ ଏଡାଇବା ପାଇଁ ସମଗ୍ର ଜିଲ୍ଲାକୁ ଚଳିତ ଜୁଲାଇ ମାସପାଇଁ ପ୍ରତ୍ୟେକ ସପ୍ତାହନ୍ତ ୨ଦିନ (ଶନିବାର ଓ ରବିବାର)କୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସପ୍ତାହର ଅନ୍ୟ ପାଞ୍ଚ ଦିନ ପାଇଁ ସମସ୍ତ ବ୍ୟବସାୟୀକ ଅନୁଷ୍ଠାନଗୁଡ଼ିକ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ମିଲିଛି । ଏହି ସଟ୍ ଡାଉନ୍ ସମୟରେ ସମସ୍ତ ଅଣ-ଅତ୍ୟାବଶ୍ୟକ କ୍ରିୟାକଳାପ ବନ୍ଦ ରହିବା ସହିତ ସମସ୍ତ ଔଷଧ ଦୋକାନ,କ୍ଲିନିକ୍,ନର୍ସିଂ ହୋମ୍ ସହ ଆମ୍ବୁଲାନ୍ସ ସେବା,ଜିଲ୍ଲା ଏବଂ ପୌରପରିଷଦ ପ୍ରଶାସନ/ପୋଲିସ/ ଅଗ୍ନି ସେବା,ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ,ଟେଲିକମ୍ ସେବା,ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକସ୍ ମିଡ଼ିଆ,ଜଳ ଯୋଗାଣ,ପରିମଳ,ବିଦ୍ୟୁତ ଯୋଗାଣ ଏବଂ ବଣ୍ଟନ,ମାଲ୍ ପରିବହନ ଗାଡ଼ି(ଲୋଡ୍ ଓ ଖାଲି),ଶିଳ୍ପ ସଂସ୍ଥା, କାରଖାନା ଓ ନିର୍ମାଣ କାର୍ଯ୍ୟ,କୃଷି,ଉଦ୍ୟାନ କୃଷି, ମତ୍ସ୍ୟ ଚାଷ,ପଶୁ ପାଳନ ସମ୍ବନ୍ଧୀୟ କାର୍ଯ୍ୟ, ହୋଟେଲ ଏବଂ ସେଠାରେ କାର୍ଯ୍ୟରତ କର୍ମଚାରୀ,ରେଳ ଯାତାୟତ, ରାଜପଥରେ ସଡ଼କ ପରିବହନ,ରେଳ ଷ୍ଟେସନ,ହସ୍ପିଟାଲ ଓ ବସଷ୍ଟାଣ୍ଡକୁ ସରକାରୀ ଓ ବେସରକାରୀ ଗାଡ଼ି ଯାତାୟତ,ପେଟ୍ରୋଲ୍ ପମ୍ପଗୁଡିକର କାର୍ଯ୍ୟକଳାପ ଜାରି ରହିବ । କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣଙ୍କ ସୁବିଧାମତେ ସମସ୍ତ ପ୍ରକାର ଆନୁସଙ୍ଗିକ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଉଛି । ସରକାରଙ୍କ ଦ୍ବାରା ପ୍ରଣୀତ ନିୟମାବଳୀକୁ ମାନି ସମସ୍ତେ ସାମାଜିକ ଦୂରତା ଅବଲମ୍ବନ ସହ ହାତ ଧୋଇବା ଓ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ଜନସାଧାରଣ ଆତଙ୍କିତ ନହୋଇ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସମର୍ଥନ ଜଣାଇ ନିଜେ ସୁରକ୍ଷିତ ରୁହନ୍ତୁ ଓ ଅନ୍ୟକୁ ସୁରକ୍ଷିତ ରଖନ୍ତୁ ବୋଲି ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.