Home କେନ୍ଦୁଝର ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

79

ହାଟଡ଼ିହି, ୨୯ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ବିଦ୍ୟାଧରପୁର ବ୍ୟାରେଜ ପୋଲ ଉପରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ରାମକୃଷ୍ଣପୁର ଗ୍ରାମର ।ମେ ନାଏକଙ୍କ ପୁଅ ବାପୁନୁ ନାଏକ(୨୫) ବ୍ୟାରେଜ ପୋଲ ଉପର ଦେଇ ବାଇକ ଯୋଗେ ବିଦ୍ୟାଧରପୁର ବଜାରକୁ ଆସୁଥିବାବେଳେ ସମ୍ମୁଖ ଭାଗରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇ ପଳାଇଥିଲା । ଫଳରେ ସେ ପୋଲ ଉପରେ ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଓ ଗୋଡରେ ଶକ୍ତ ଆଘାତ ଲାଗିଛି । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ଭଦ୍ରକ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.