Home କେନ୍ଦୁଝର ପନ୍ଦାଡୋ ହାଇସ୍କୁଲରୁ କମ୍ପ୍ୟୁଟର ଓ ଲ୍ୟାବ ସାମଗ୍ରୀ ଚୋରୀ

ପନ୍ଦାଡୋ ହାଇସ୍କୁଲରୁ କମ୍ପ୍ୟୁଟର ଓ ଲ୍ୟାବ ସାମଗ୍ରୀ ଚୋରୀ

64

ହାଟଡ଼ିହି, ୨୯ /୧୨/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ ପନ୍ଦାଡୋ ହାଇସ୍କୁଲରେ ଗତକାଲି ରାତିରେ ଚୋରମାନେ କମ୍ପ୍ୟୁଟର, ଓ ଲ୍ୟାବ ସାମଗ୍ରୀ ଭଳି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ କରିନେଇଛନ୍ତି । ଖବରରୁ ଜଣାଯାଇଛି ଯେ ଗତକାଲି ରାତିରେ କେହି ଦୁର୍ବୁତ ସ୍କୁଲ ତାଲାଭାଙ୍ଗି ଦୁଇଟି କମ୍ପ୍ୟୁଟର ମନିଟର, ସ୍ମାର୍ଟ ଟିଭି, ବ୍ୟାଟେରୀ, ପ୍ରିଣ୍ଟର, ହେଡ ସେଟ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରିନେଇଥିଲେ । ଆଜି ସ୍କୁଲ ଖୋଲାଯିବାପରେ ଶିକ୍ଷକ ମାନେ ତାଲା ଭଙ୍ଗଯାଇଥିବା, ବିଭିନ୍ନ ସାମଗ୍ରୀର ଖୋଳ ସବୁ ବାହାରେ ପଡିଥିବା ଦେଖିବାକୁ ପାଇଥିଲେ । ପ୍ରଧାନ ଶିକ୍ଷକ ହରେକୃଷ୍ଣ ଭୂୟାଁ ଏ ନେଇ ନନ୍ଦିପଦା ଥାନାରେ ଜଣାଇବା ସହିତ ବିଇଓଙ୍କ କାର୍ଯ୍ୟାଳୟକୁ ସୁଚନା ମଧ୍ୟ ଦେଇଥିଲେ । ପୁଲିସ ଓ ଶିକ୍ଷାବିଭାଗର ଏବିଇଓ ସୁରେଶ କୁମାର ଜେନା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଗତ କିଛିଦିନ ହେଲା ହାଟଡିହି ବ୍ଲକ ଅଞ୍ଚଳରେ ଚୋରଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁଲିସରେ ଅଭିଯୋଗ ହେୁଥିଲେ ମଧ୍ୟ ପୁଲିସ ଆଜି ପର୍ଯ୍ୟନ୍ତ ଲୁଟେରାଙ୍କ ସନ୍ଧାନ ପାଇବାରେ ବିଫଳ ହୋଇଛି । ଗତ କିଛିଦିନ ତଳେ ଜପିଦାସ ହାଇସ୍କୁଲରେ ଇନଭଟର, ବ୍ୟାଟେରୀ ଚୋରୀ ହୋଇଥିବାବେଳେ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟରେ ମଧ୍ୟ ସମାନ ଧରଣର ଚୋରୀ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ପୁଲିସ ଲୁଟେରାଙ୍କ ସୁରାକ ପାଇପାରିଲାନି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.