Home କେନ୍ଦୁଝର ବାଇକ ଓ ସ୍କୁଟି ଧକ୍କା, ଜଣେ ଗୁରୁତର

ବାଇକ ଓ ସ୍କୁଟି ଧକ୍କା, ଜଣେ ଗୁରୁତର

94

ହାଟଡ଼ିହି-୨୪ / ୬ , (ଓଡିଆପୁଅ / ବିକାଶ ବିଶ୍ୱାଳ)ଛେନାପଦି ବଉଳା ରାସ୍ତାରେ ବାଇକ ଓ ସ୍କୁଟି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବଉଳା ପଟୁ ଏକ ବାଇକରେ ଜଣେ ବ୍ୟକ୍ତି ଆସୁଥିବା ସମୟରେ ପେଟ୍ରୋଲପମ୍ପ ନିକଟରେ ଛେନାପଦିଛକ ପଟୁ ଯାଉଥିବା ଏକ ସ୍କୁଟି ଆରୋହୀଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବାଇକ ଆରୋହୀ ଜଣକ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକମାନେ ହାଟଡିହି ଦମକଳ କେନ୍ଦ୍ରକୁ ଡାକିବାପରେ ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବା ଜଣାଯାଇଛି । ବାଇକ ଆରୋହୀଙ୍କ ପରିଚୟ ମିଳିନଥିବାବେଳେ ସ୍କୁଟି ଆରୋହୀ ଦୁଇଜଣ ସ୍କୁଟିର ନମ୍ବରପ୍ଲେଟ ଭାଙ୍ଗି ନେଇ ଦୌଡି ପଳାଇଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ସ୍କୁଟିକୁ ଜବଦ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.