Home କେନ୍ଦୁଝର ବଞ୍ଚୋ ଦଧିବାବନଜୀୟୁ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣୀମା

ବଞ୍ଚୋ ଦଧିବାବନଜୀୟୁ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣୀମା

31

ହାଟଡ଼ିହି-୨୪/ ୬ , (ଓଡିଆପୁଅ / ବିକାଶ ବିଶ୍ୱାଳ)ବଞ୍ଚୋ ଦଧିବାନେଜୀୟୁ ମନ୍ଦିରରେ କରୋନା କଟକଣା ମଧ୍ୟରେ ଦେବସ୍ନାନ ପୁର୍ଣ୍ଣୀମା ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପୁଜକ ପଦ୍ମନାଭ ପଣ୍ଡା, ଅକ୍ଷୟ ପଣ୍ଡା, ବୀରବର ପାଢ଼ୀ, ଆନନ୍ଦ ଚନ୍ଦ୍ର ଦାସ, ନନ୍ଦ କିଶୋର ଦାସ, ବାବୁ ପାଢ଼ୀ, ମଦନ ମୋହନ ପାଢ଼ୀଙ୍କ ଦ୍ୱାରା ପୂଜା ରୀତିନୀତି ଅନୁଯାଇ ସମ୍ପର୍ଣ୍ଣ ହୋଇଥିଲା । କର୍ତ୍ତା ଭାବେ ସୁଧାଶୁଂ କୁମାର ରାଉତ, ସହଧର୍ମଣୀ ସୁର୍ଯ୍ୟମଣୀ ରାଉତ ପୂଜାକାର୍ଯ୍ୟରେ ସାମିଲ ହୋଇ କାର୍ଯ୍ୟ ସମ୍ପାଦାନ କରିଥିଲେ । ସକାଳେ ଧାଡି ପହଣ୍ଡିରେ ଜଗନ୍ନାଥ, ବଳଭଦ୍ର , ଶୁଭଦ୍ରା ଓ ସୁଦର୍ଶନ ମହାପ୍ରଭୂ ମନ୍ଦିରରୁ ବାହାରି ସ୍ନାନ ମଣ୍ଡପରେ ବିଜେ କରିଥିଲେ । ପରେ ୧୦୮କଳଶ ପାଣିରେ ଠାକୁରଙ୍କୁ ସ୍ନାନ କରାଯାଇଥିଲା । ଏହି ପୁର୍ଣ୍ଣମୀ ତିଥିରେ କରୋନା କଟକଣା ଯୋଗୁଁ କେହି ଭକ୍ତ ଯୋଗ ଦେଇନଥିବାବେଳେ କେବଳ ସେବକ ଓ କର୍ତ୍ତାଙ୍କ ଉପସ୍ଥିତିରେ ଏହି ଦେବକାର୍ଯ୍ୟ ସମାପନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.