Home କେନ୍ଦୁଝର ଟୀକା ନେବାପାଇଁ ଭୁଲିଗଲେ କରୋନା କଟକଣା

ଟୀକା ନେବାପାଇଁ ଭୁଲିଗଲେ କରୋନା କଟକଣା

97

ହାଟଡ଼ିହି-୨୪ / ୬ ,(ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ଶାଳଣିଆଁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ କରୋନା ଟୀକା ଦିଆଯାଉଥିବାବେଳେ ଏଠାରେ ସାମାଜିକ ଦୁରତା ରହିନଥିବା ଦେଖିବାକୁ ମିଳିଛି । ଶହଶହ ଲୋକେ ଠେଲାପେଲାରେ ଟୀକା ନେଉଥିବା ଦେଖିବାକୁ ମିଳିଥିଲା । ବିଶେଷକରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କି ପଞ୍ଚାୟତ ପକ୍ଷରୁ ସେପରି କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଲୋକମାନେ ଠେଲାପେଲାରେ ଟୀକା ନେଉଥିଲେ । ଶାନ୍ତି ଶୃଙ୍ଖଳା ଓ ସାମାଜିକ ଦୁରତା ରକ୍ଷାପାଇଁ ପୁଲିସ ମୃତୟନ ହୋଇଥିଲେବି ଲୋକମାନେ ଅଳ୍ପ ସଂଖ୍ୟକ ପୁଲିସକୁ ଖାତିର ନକରି ଟୀକା କେନ୍ଦ୍ରରେ ଭିଡ ଜମାଇଥିଲେ । ଯେପରି ଲୋକମାନେ କରୋନା ପ୍ରତିଷେଧକ ବଦଳରେ କରୋନା ନେବାକୁ ଆସିଥିବା କୁହାଯାଉଥିଲା । ଏ ସମ୍ପର୍କରେ ବିପିଓ ଚନ୍ଦନ କୁମାର ସାହୁଙ୍କୁ ପଚାରିବାରିବାରୁ ସେ କହିଛନ୍ତି ଯେ ମାତ୍ର ୨୦୦ଟୀକା ଆସିଥିବାବେଳେ ୪ଶହରୁ ଉର୍ଦ୍ଧ ଲୋକ ହୋଇଯିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିଲା ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.