Home ଅପରାଧ ବାଇକରେ ଆସିଲେ ୫ ଲୁଟେରା, ବନ୍ଧୁକ ଦେଖାଇ ୧ ଲକ୍ଷ ୩୨ ହଜାର ଟଙ୍କା ଲୁଟି...

ବାଇକରେ ଆସିଲେ ୫ ଲୁଟେରା, ବନ୍ଧୁକ ଦେଖାଇ ୧ ଲକ୍ଷ ୩୨ ହଜାର ଟଙ୍କା ଲୁଟି ଫେରାର

132

ବଲାଙ୍ଗୀର ୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଉପଖଣ୍ଡ ଅନ୍ତର୍ଗତ ତୁରେକେଲା ବ୍ଲକ ଝରଣୀ ବସଷ୍ଟପେଜ ପାଖରେ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବାର ଗତକାଲି ଥାନାରେ ଅଭିଯୋଗ ହୋଇଛି। ତୁରେକେଲା ଗ୍ରାମୀଣ ଇଣ୍ଡିଆନ ଗ୍ୟାସ ଏଜେନ୍ସି ମାଲିକ କ୍ଷୀରୋଦ ମେହେର ତୁରେକେଲା ଥାନାରେ ଅଭିଯୋଗ କରିଛନ୍ତି। ତୁରେକେଲା ପୋଲିସ ୧୮୫/୨୦୨୦ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ତୁରେକେଲା ଗ୍ରାମୀଣ ଇଣ୍ଡିଆନ ଗ୍ୟାସ ଏଜେନ୍ସି ମାଲିକ କ୍ଷୀରୋଦ ମେହେର ଲିଖିତ ଅଭିଯୋଗ ଅନୁସାରେ ନିଜ ଘରୁ ମଧ୍ୟାହ୍ନ ଭୋଜନ ସାରି ନିଜ ବାଇକରେ ଏକ ହେଣ୍ଡ ବ୍ୟାଗରେ ୧ ଲକ୍ଷ ୩୨ ହଜାର ଟଙ୍କା ନେଇ କଣ୍ଟାବାଞ୍ଜିର ଏକ ବ୍ୟାଙ୍କରେ ଜମା କରିବା ପାଇଁ ଆସୁଥିଲେ। ଠିକ୍‍ ସେହି ସମୟରେ ତୁରେକେଲାରୁ କଣ୍ଟାବାଞ୍ଜି ରାସ୍ତା ଝରଣୀ ବସ ଷ୍ଟପେଜ ପାଖରେ ୩ ଟି ବାଇକ ରେ ୫ ଜଣ ଡକାୟତ ହଠାତ୍‍ ଆସି କ୍ଷୀରୋଦଙ୍କୁ ଅଟକାଇ ଥିଲେ। କ୍ଷୀରୋଦ ଅଟକିଯିବାରୁ ଦୃବୃତ ଲୁଟେରା ବନ୍ଧୁକ ଓ ଧାରୁଆ ଅସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ସହ ଡକାୟତ ମାନେ ମୋବାଇଲ ଛଡାଇ ନେଇ ନେଇଯାଇଥିବା ଗ୍ୟାସ ଏଜେନ୍ସି ମାଲିକ କ୍ଷୀରୋଦ ଆଭିଯୋଗରେ ଦର୍ଶାଇଛନ୍ତି। ତୁରେକେଲା ପୋଲିସ ଏକ ଡକାୟତ ମାମଲା କେସ ନଂ ୧୮୫/୨୦୨୦ ଦଫା ୩୯୫ ରୁଜୁ କରିବା ସହ ତଦନ୍ତ ଭାର ଥାନା ଭାରପ୍ରାପ୍ତ ଅଧିକାରୀ କମଲ ଲୋଚନ ବେହେରା ନେବା ସହ ଚାରିଆଡେ ଛାନଭିନ ଜାରୀ ରଖିଥିବା ବେଳେ ଏ ପର୍ଯ୍ୟନ୍ତ ଧରା ପଡ଼ି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଏ ଘଟଣା କଣ୍ଟାବାଞ୍ଜି ତୁରେକେଲା ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.