Home ଜିଲ୍ଲା ପରିକ୍ରମା ବାଇକରୁ ପୋଲ ତଳେ ପଡି ଆଇଆରବି ଜବାନ ମୃତ

ବାଇକରୁ ପୋଲ ତଳେ ପଡି ଆଇଆରବି ଜବାନ ମୃତ

196

କଳାହାଣ୍ଡି – ୨୭.୦୬.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ନାନ୍ଦୁଳ-କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଳ ତଳେ ପଡିଯାଇ ଜଣେ ଆଇଆରବି ଜବାନଙ୍କ ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଜାତୀୟ ରାଜପଥ ୨୬ ପାଶ୍ୱର୍ସ୍ଥ ଜାରିଙ୍ଗ ମେଡିକାଲ କଲେଜ ପରିସରରେ ଆଇଆରବି ଜବାନ ମାନଙ୍କ କେମ୍ପ ରହିଛି । ସେହି କେମ୍ପର ଜବାନ ବିଶ୍ୱଜିତ ମଙ୍ଗରାଜ ଗତକାଲି ନିଜ ଗାଁ ଗୋଲାମୁଣ୍ଡାକୁ ବାଇକ ରେ ଯାଇଥିବା ସହକର୍ମୀ ମାନଙ୍କ ଠାରୁ ଜଣାପଡିଥିବା ବେଳେ ଶନିବାର ସକାଳୁ କେନ୍ଦୁପାଟି ନିକଟସ୍ଥ ଏକ ପୋଳତଳୁ ଶବ ପଡିଥିବାର ଜଣାପଡିଥିଲା । ବାଇକକୁ ଦେଖି ତାହା ଆଇଅରବି ଜବାନଙ୍କ ବୋଲି ଚିହ୍ନଟ ହୋଇଥିବା ପ୍ରକାଶ । ଜୁନାଗଡ ପୋଲିସ ଘଟଣାସ୍ଥଳରେ ଅନୁସନ୍ଧାନ କରିବା ସହିତ ଶବ ବ୍ୟବଛେଦ କରିବାକୁ ପଠାଇ ଦେଇଥିବା ଜଣାପଡିଛି । ରାତି ସମୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଳ ତଳକୁ ଖସିପଡିବା ପରେ ପୋଳ ତଳେ ପାଣି ଥିବା ଯୋଗୁଁ ଏବଂ କାହାର ନଜରକୁ ଆସିନଥିବା ଯୋଗୁଁ ସଂପୃକ୍ତ ଜବାନଙ୍କ ମୃତୁ୍ୟ ହୋଇଯାଇଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣାର ଛାନଭିନ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.