Home ଜିଲ୍ଲା ପରିକ୍ରମା ବହୁ ବର୍ଷ ପରେ ୩ ଉଚ୍ଚ ବିଦ୍ୟାଳୟ ଅନୁଦାନ ପାଇଁ ଯୋଗ୍ୟ ବିବେଚିତ

ବହୁ ବର୍ଷ ପରେ ୩ ଉଚ୍ଚ ବିଦ୍ୟାଳୟ ଅନୁଦାନ ପାଇଁ ଯୋଗ୍ୟ ବିବେଚିତ

59

ନୟାଗଡ଼ ୦୯/୦୮(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସାରା ରାଜ୍ୟରେ ନିଯୁକ୍ତି ନିଅଣ୍ଟ ଲାଗି ରହିଥିବା ବେଳେ ଅନେକ ଯୁବକ ନିଯୁକ୍ତି ଆଶାରେ ପ୍ରତି ଗ୍ରାମପଞ୍ଚାୟତ ରେ ଖୋଲା ଯାଇଥିବା ଉଚ୍ଚ ବିଦ୍ୟାଳୟରେ ବିନା ବେତନ ରେ କାର୍ଯ୍ୟ କରି ଆସୁଥିଲେ। କାରଣ ସରକାର ପ୍ରତି ଗ୍ରାମପଞ୍ଚାୟତ ରେ ଗୋଟିଏ ଉଚ୍ଚ ବିଦ୍ୟାଳୟ କରିବା ପାଇଁ ଘୋଷଣା କରିଥିଲେ। ଯାହାଫଳରେ ଉଚ୍ଚ ବିଦ୍ୟାଳୟ ନଥିବା ଗ୍ରାମପଞ୍ଚାୟତ ଗୁଡିକ ରେ ଉଚ୍ଚ ବିଦ୍ୟାଳୟ ଖୋଲା ଯାଇଥିଲା। କିନ୍ତୁ ସରକାର ଙ୍କ ବିଦ୍ୟାଳୟ ଖୋଲିବା ପାଇଁ ଓ ଅନୁଦାନ ପାଇବା ପାଇଁ ଆବଶ୍ୟକିୟ କାଗଜାତ ଯୋଗାଇ ନପାରିଥିବାରୁ ୨୫ ବର୍ଷରୁ ଉର୍ଦ୍ଧ ଖୋଲା ଯାଇଥିବା ଉଚ୍ଚ ବିଦ୍ୟାଳୟ ଅନୁଦାନ ପାଇବାରୁ ବଂଚିତ ହୋଇ ଆସୁଅଛି। ଯାହାଫଳରେ ଅନେକ ଶିକ୍ଷକ ବିନା ବେତନରେ କାର୍ଯ୍ୟକରି ସେବା ନିବୃତ ବୟସ ହୋଇ ଗଲାଣି। ଅନେକ ଶିକ୍ଷକ ବିଦ୍ୟାଳୟ ଛାଡି ଘରକୁ ଫେରିଲେଣି।

ସେଭଳି ଉଚ୍ଚ ବିଦ୍ୟାଳୟ ହେଉଛି ରଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଶଙ୍ଖଯୋଡି ୧୯୯୬ ମସିହାରେ ଆରମ୍ଭ ହୋଇଥିଲା। ୧୯୯୬ ମସିହାରେ ପଞ୍ଚାନନ ଉଚ୍ଚ ବିଦ୍ୟାଳୟ ତାଳକଣି ଆରମ୍ଭ ହୋଇଥିଲା। ସେହିଭଳି ଭାବରେ ରାଜ ଜଙ୍କିଆ ବାଙ୍କନିଧି ଦେବ ବିଦ୍ୟାପୀଠ ଆରମ୍ଭ ହୋଇଥିଲା। କିନ୍ତୁ ଏଯାଏଁ ଅନୁଦାନ ପାଇବାରୁ ବଂଚିତ ହୋଇଥିଲେ। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି ଯେ ଅଗଷ୍ଟ ୮ ତାରିଖରେ ତାଙ୍କ ନିଜସ୍ୱ ଉଦ୍ୟମରେ ଏହି ତିନୋଟି ଉଚ୍ଚ ବିଦ୍ୟାଳୟ କୁ ବ୍ଲକ ସ୍ତରୀୟ ଅନୁଦାନ ଦେବାପାଇଁ ସରକାରୀ ସ୍ଥରରେ ନିଷ୍ପତି ହୋଇଛି। ବିଧାୟକ ଙ୍କ ଏତାଦୃଶ୍ୟ ଉଦ୍ୟମ ଯୋଗୁଁ ତିନି ପଞ୍ଚାୟତବାସୀ ବିଧାୟକ ଙ୍କୁ ପ୍ରସଂଶା କରିଛନ୍ତି। ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟକରୁଥିବା ଶିକ୍ଷକ ଓ କର୍ମଚାରୀମାନେ ଆତ୍ମ ସନ୍ତୋଷ ଲାଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.