Home ଜିଲ୍ଲା ପରିକ୍ରମା ତଳଗୋପବିନ୍ଧା ପଞ୍ଚାୟତବାସୀଙ୍କ ମାନବାଧିକାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତିବଦ୍ଧ – ଜିଲ୍ଲାପାଳ

ତଳଗୋପବିନ୍ଧା ପଞ୍ଚାୟତବାସୀଙ୍କ ମାନବାଧିକାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତିବଦ୍ଧ – ଜିଲ୍ଲାପାଳ

31

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବିଭକ୍ତ ବିଲଣା ଗ୍ରାମ ପଞ୍ଚାୟତଠାରୁ ପୃଥକ ହୋଇ ଦୁଇ ଦଶନ୍ଧି ତଳେ ତଳଗୋପବିନ୍ଧା ଗ୍ରାମ ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ପଞ୍ଚାୟତବାସୀ ନିଜ ଅଞ୍ଚଳର ବିକାଶ ପାଇଁ ଦେଖି ଆସିଥିବା ସ୍ୱପ୍ନ କିଛି ମାତ୍ରାରେ ପୂରଣ ହୋଇଥିବାବେଳେ ଅନେକ କିଛି ଅଧୁରା ରହିଛି। ସମସ୍ୟା ବିଜଡ଼ିତ ପଞ୍ଚାୟତରେ ଜନ୍ମିତ ବିଶିଷ୍ଟ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ବିଭିନ୍ନ ସମୟରେ ବ୍ଲକ ତଥା ଜିଲ୍ଲା ପ୍ରଶାସନିକ ଅଧିକାରୀମାନଙ୍କୁ ଭେଟି ଜନସାଧାରଣ ଭୋଗି ଆସୁଥିବା ଅଭାବ ଅସୁବିଧା କଥା ଦର୍ଶାଇ ତା’ର ସମାଧାନ କରାଇପାରିଛନ୍ତି। ଅପରପକ୍ଷେ ପଞ୍ଚାୟତବାସୀଙ୍କର ବିଭିନ୍ନ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ପ୍ରସଙ୍ଗକୁ ଆଧାର କରି ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ନିଜର ଅଭିଯୋଗ କେଶ ନଂ୧୧୯୪/୧୮/୨୦୧୮ ରେ ଏକ ମାମଲା ରୁଜ୍ଜୁ କରି ମାନ୍ୟବର ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥବଲେ। ଯାହାର ଉତ୍ତରରେ ମାନନୀୟ ଜିଲ୍ଲାପାଳ, ଭଦ୍ରକ ଉକ୍ତ ସମସ୍ୟା ଗୁଡ଼ିକ ପ୍ରତି ଜିଲ୍ଲାପାଳ ସମ୍ବେଦନଶୀଳ ଏବଂ ସେଗୁଡ଼ିକର ସମାଧାନ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ମାନ୍ୟବର ଆୟୋଗଙ୍କୁ ପ୍ରଦାନ କରିଛନ୍ତି। ବନ୍ୟା ନିୟନ୍ତ୍ରଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନାଳିଆ ନଦୀର ବାମପାଶ୍ୱର୍ରେ ମୁକୁନ୍ଦପୁର-ରାଜୁଆଳିବିନ୍ଧା-ତାରିଣୀ ମନ୍ଦିର ପର୍ଯ୍ୟନ୍ତ ନଦୀକୂଳ ବନ୍ଧର ସୁଦୃଢ଼ୀକରଣ, ୪୨.୮୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆଡ଼ି ସାହି ନିକଟସ୍ଥ ଧୋବାଗଣ୍ଡର ବାମପାଶ୍ୱର୍ରେ ପଥର ପ୍ୟାକିଂ କରାଯାଇଅଛି।

ମାତଗଜପୁର ଗାଁ ମୁଣ୍ଡରେ ଥିବା ଦୁର୍ବଳ ପୋଲ ଠାରେ ଏକ ନୂତନ ପୋଲ ଗଠନ ପାଇଁ ୧ କୋଟି୬୮ ଲକ୍ଷ ଟଙ୍କା ଅଟକଳ କରାଯାଇ ବ୍ୟୟ ବରାଦ କରିବା ପାଇଁ ଜଳସମ୍ପଦ ବିଭାଗକୁ ପ୍ରସ୍ତାବ ପଠାଯାଇଛି। ସବୁଦିନିଆ ରାସ୍ତା କଥା ବିଚାରକୁ ନିଆଯାଇ ନାଥପଡ଼ା ପୋଲ ଠାରୁ ଦିଲ-ମଳିକ ସାହି ଏବଂ ନାୟକ ସାହି ପର୍ଯ୍ୟନ୍ତ ମନରେଗା କାର୍ଯ୍ୟ ପାଇଁ ପ୍ରସ୍ତାବ ପାରିତ ହୋଇଯାଇଛି। ମାତଗଜପୁରରୁ ନରସିଂହପୁର ମାଟି ରାସ୍ତାକୁ କଂକ୍ରିଟ କରିବା ପାଇଁ ପ୍ରସ୍ତାବ ରହିଛି। ଏ.ଏନ୍‌.ଏମ୍‌. ସେଣ୍ଟର ଏବଂ ବନ୍ୟା ଆଶ୍ରୟସ୍ଥଳୀରେ ଆଲୋକୀକରଣ ପାଇଁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯାଉଛି। ଫୁଲପଦା ଠାରେ ଥିବା ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥାର ପୁନଃରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଚାହୁଁଥିଲେ ମଧ୍ୟ ସରକାରୀ ଯାଗା ଅଭାବରୁ ଏହା କରାଯାଇପାରୁନାହିଁ। ଏହା ବାଦ୍‌, ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ପାନୀୟ ଜଳର ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ତ୍ରିପାଠୀଙ୍କ ପିଟିସନର ଉତ୍ତରରେ ତତ୍କାଳୀନ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଉଲ୍ଲେଖ କରିଛନ୍ତି। ଉଲ୍ଲେଖ କରାଯାଇଥିବା ଅନ୍ୟ ଏକ ମୁଖ୍ୟ ପ୍ରସଙ୍ଗ ମା’ ଐଶନ୍ୟ ଚଣ୍ଡୀ ପୀଠକୁ ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦାବିକୁ ଜିଲ୍ଲା ପ୍ରଶାସନ କୁଶଳତାର ସହ ଏଡ଼ାଇ ଦେଇଛି। ଏଠାରେ ବିଶେଷ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ତ୍ରିପାଠୀଙ୍କ ସାଧୁ ଉଦ୍ୟମ ଯୋଗୁଁ ଅଞ୍ଚଳବାସୀ ସାଳନ୍ଦୀ-ନାଳିଆ ସଂସ୍କାର ଯୋଜନାରେ କ୍ଷତିପୂରଣ ପାଇସାରିଛନ୍ତି। ତା’ ଛଡ଼ା ତାଙ୍କଦ୍ୱାରା ଆଗତ ୪ଟି ମାମଲାରେ ପଞ୍ଚାୟତର କିଛି କିଛି କାର୍ଯ୍ୟ ହୋଇଥିଲାବେଳେ ମା’ ଐଶନ୍ୟ ଚଣ୍ଡୀଙ୍କ ପୀଠ ରାଜ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା କେବେ ପାଉଅଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.