Home ଜିଲ୍ଲା ପରିକ୍ରମା ପାମ୍ପଡା ଶ୍ରୀ ଗୁରୁ ଆଶ୍ରମରେ ରାମଚରିତ ମାନସ ଓ ପାରାୟଣ ଅନୁଷ୍ଠିତ

ପାମ୍ପଡା ଶ୍ରୀ ଗୁରୁ ଆଶ୍ରମରେ ରାମଚରିତ ମାନସ ଓ ପାରାୟଣ ଅନୁଷ୍ଠିତ

34

ନୟାଗଡ଼ ୦୯/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – କଥାରେ ଅଛି ଖାଇବ ଆମ୍ଭ ରସ ଶୁଣିବ ରାମ ରସ। ରାମଚରିତ ମାନସ ଜ୍ଞାନ ବର୍ଦ୍ଧକ ହୋଇଥାଏ। ହିନ୍ଦୁ ସମାଜରେ ରାମଚରିତ ମାନସ ପାରାୟଣ ଓ ପ୍ରବଚନ ଶୁଣିବା ପାଇଁ ବିଶେଷ ଆଗ୍ରହ ପ୍ରକଟ ହୋଇଥାଏ। ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ୧୫ ନଂ ୱାର୍ଡ ଶ୍ରୀ ଗୁରୁ ଆଶ୍ରମରେ ନବରାତ୍ର ରାମଚରିତ ମାନସ ଓ ପ୍ରବଚନ ଅନୁଷ୍ଠିତ ହୋଇଯାଇଅଛି।

ଏଥିରେ ବ୍ରହ୍ମଚାରୀ ସନ୍ତୋଷ ଚୈତନ୍ୟ ମହାରାଜ, ବ୍ରହ୍ମଚାରୀ ଚିତ୍‌ପ୍ରକାଶ ମହାରାଜ, ମହନ୍ତ ଶ୍ରୀ ପର୍ଶୁରାମ ଦାସ ମହାରାଜ, ମହନ୍ତ ଶ୍ରୀ ରାମ ଚରଣ ଦାସ ମହାରାଜ, ହରିଶରଣ ଦାସ ମହାରଜ, ଶ୍ରୀ ସନ୍ଥଚରଣ ଦାସ ମହାରାଜ, ବ୍ୟାସ ଭାବରେ ଶ୍ରୀ ଆନନ୍ଦ ଚନ୍ଦ୍ର ଦାସ ମହାରାଜ (ରାମାନନ୍ଦୀ)ବଳରାମ କୋର୍ଟ ମଠ ପୁରୀ, ଧାରକ ବ୍ରହ୍ମଚାରୀ ପୁର୍ଣ୍ଣାନନ୍ଦ ଦାସ ମହାରାଜ (ରାମାନନ୍ଦୀ), ପଣ୍ଡିତ ଶ୍ରୀ ପ୍ରମୋଦ ଦାସ ପାରାୟଣରେ ପ୍ରବଚନ ଦେବାସହ ରାମଚରିତ ମାନସ ପାଠ କରିଥିଲେ। ପାମ୍ପଡା ଶ୍ରୀ ଗୁରୁ ଆଶ୍ରମର ଭକ୍ତମାନେ ଅଂଶ ଗ୍ରହଣ କରି ନବାହ୍ନ ପାରାୟଣ ସହ ଜ୍ଞାନ ଯଜ୍ଞରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.