Home କୋରାପୁଟ   କୋରାପୁଟ ପୋଲିସ ନିକଟରେ ଏସିଏମ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

  କୋରାପୁଟ ପୋଲିସ ନିକଟରେ ଏସିଏମ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

36

କୋରାପୁଟ ୧୪-୦୯(ଓଡିଆ ପୁଅ /ରଂଜନ ଦାସ) ଏସିଏମ  କ୍ୟାଡର ମାଓବାଦୀ ସୋନାଲ ମାଡଭି ଓରଫ  କିରଣ ମଙ୍ଗଳବାର  କୋରାପୁଟ ଜିଲ୍ଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଦକ୍ଷିଣ-ପଶ୍ଚିମାଂଚଳ ରେଂଜ ଡିଆଇଜି  ରାଜେଶ ପଣ୍ଡିତଏକ ସାମ୍ବ।।ଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏସପି  ବରୁଣ ଗୁଣ୍ଠୁପାଲ୍ଲି ଓ ବିଏସଫ ଦୁର୍ଗପତି ଏସ.ଏସ.ପାନଓାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି  କିରଣ ଆତ୍ମସମର୍ପଣ ସମ୍ପର୍କରେ ସୂଚନା ଦେଇଛନ୍ତି । କିରଣ  ଛତିଶଗଡର  ବିଜାପୁର ଜିଲ୍ଲା  ପାମେଡ ଥାନା ଜରାପଲ୍ଲି ପଂଚାୟତ ମେଦାଗୁଡା ଗ୍ରାମର ହୋଇଥିବାବେଳେ ସେ ଓଡିଆ,ତେଲୁଗୁ,ଛତିଶଗଡି ଏବଂ  କୁଇ ଭାଷା ଜାଣିଥିବା  ଜଣାପଡିଛି ।  ପତ୍ନୀ ତଲସା ହୁଇକା ଓରଫ ତଲସୁ ଗତ ଜୁଲାଇ ୧୮ରେ  କୋରାପୁଟ ଠାରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିକଟରେ ଆତ୍ମସମପର୍ଣ କରିଥିଲା ଓ ସେହି କାରଣରୁ ସେ ମଧ୍ୟ ମାଓ ସଂଗଠନ ଛାତି ସମାଜର ମୁଖ୍ୟ  ସ୍ରୋତରେ ସାମିଲ ହେବାକୁ ଆଜି ଆତ୍ମସମର୍ପଣ କରିଥିବା କିରଣ ପୋଲିସ ନିକଟରେ ପ୍ରକାଶ କରିଥିବା ଡିଆଇଜି ସୂଚନା ଦେଇଛନ୍ତି । ୨୦୧୨ ରେ କିରଣ ସିପିଆଇ(ମାଓବାଦୀ)ରେ ଛତିଶଗଡ ପାମେଡୁ ଏରିଆ କମିଟିରେ ଜଣେ ସଦସ୍ୟ ଭାବେ ଯୋଗ ଦେଇଥିଲା । ପରବର୍ତି ସମୟରେ ପଦନ୍ନୋତି ପାଇ ୨୦୧୫ରୁ ୨୦୧୮ ଯାଏଁ ନନ୍ଦପୁର,ଗୁମ୍ମା ଓ ପେଦାବାଇଲୁ ଏରିଆ କମିଟି ସଦସ୍ୟ ଭାବେ  ଦାୟିତ୍ୱ ତୂଲାଉ ଥିବାବେଳେ ୨୦୧୮ରେ ଆନ୍ଧ୍ର ପୋଲିସ ଦ୍ୱାରା ଗିରଫ ହୋଇଥିଲା । କିରଣର ସ୍ତ୍ରୀ ତଲସୁ ମାଓ ସଂଗଠନରେ ସକ୍ରୀୟ ଥିବାରୁ ସେ ୨୦୧୯ ମଇ ମାସରେ ଜେଲରୁ ମୁକୁଳିବା ପରେ  ପୁନର୍ବାର ମାଓ ସଂଗଠନରେ ଯୋଗ ଦେଇ  ଗୁମ୍ମା ଏରିଆ କମିଟିରେ  ଯୋଗ ଦେଇଥିଲା । କିନ୍ତୁ ଗତ ଜୁଲାଇରେ ତଲସୁ ଆତ୍ମସମର୍ପଣ କରିଥିବାରୁ ସେ ମଧ୍ୟ ଆତ୍ମସମର୍ପଣ କରିଥିବା ଡିଆଇଜି ସୂଚନା ଦେଇଛନ୍ତି । ୨୦୧୬ ରାମାଗୁଡା ଗୁଳି ବିନିମୟ,୨୦୧୫ର ବେଇଜିଂ ଗୁଳିବ ବିନିମୟ,୨୦୧୯ରେ ତିରିଆ ,୨୦୨୦ରେ ତୋଟାଗୁଡା ଓ ୨୦୨୧ର ଚଣ୍ଡାମେଟା ଗୁଳି ବିନିମୟ ଘଟଣାରେ ସୋନାଲ୍ ମାଡଭି ସମ୍ପୃକ୍ତ ଥିବା ଡିଆଇଜି  ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି । ତେବେ ସୋନାଲକୁ  ଆତ୍ମ ସମର୍ପର୍ଣ କରିଥିବାରୁ ରାଜ୍ୟ ସରକାର କିରଣ  ମୁଣ୍ଡ ଉପରେ ଘୋଷଣା କରିଥିବା ୪ ଲକ୍ଷ ଟଙ୍କ ପୁରଷ୍କାର ରାଶି ତାକୁ ଦିଆ ଯିବା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନାରେ  ନକ୍ସଲଙ୍କୁ ଦିଆ ଯାଉଥିବା ସମସ୍ତ ସୁବିଧା   ଦିଆଯିବ ବୋଲି ଡିଆଇଜି ସାମ୍ବାଦିକ ସମିଳୀରେ ପ୍ରକାଶ କରିଛନ୍ତି ।  ମାଓ ସଙ୍ଗଠନରେ ଥିବା ଅନେକ ଯୁବକ ଯୁବତୀ ଭୟରେ କ୍ୟାମ୍ପ ଛାଡି ଆସି ପାରୁନଥିବା  ମାଓବାଦୀମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ  ଡିଆଇଜି ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.