Home ଓଡ଼ିଶା ବହୁ ଚର୍ଚ୍ଚିତ ପାମ୍ପଡା ସୁକାନ୍ତ ହତ୍ୟା ଅଭିଯୁକ୍ତ ଗିରଫ

ବହୁ ଚର୍ଚ୍ଚିତ ପାମ୍ପଡା ସୁକାନ୍ତ ହତ୍ୟା ଅଭିଯୁକ୍ତ ଗିରଫ

49

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୧୦- ନୟାଗଡ ଜିଲ୍ଲା ରଣପୁର ଥାନା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପାମ୍ପଡା ୧୫ ନଂ ୱାର୍ଡ ରେ ଏକ ସାମାନ୍ୟ ଘଟଣା କୁ ନେଇ ଗତ ୭/୧/୨୦୨୧ ରେ ବିବାଦ ଘଟି ସୁକାନ୍ତ କୁମାର ବେହେରା ନାମକ ଜଣେ ଯୁବକ ହତ୍ୟାର ଶୀକାର ହୋଇଥିଲା । ଯାହାକୁ ନେଇ ପାମ୍ପଡା ଛକ ରେ ରାସ୍ତା ଅବରୋଧ ହେବା ସହ ଆଇନ ଶୃଙ୍କଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକି ପୋଲିସ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଥିଲା । ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି  ମାମଲା ର ତଦନ୍ତ ଦାୟିତ୍ୱ ନେଇ ତଦନ୍ତ କରୁଥିଲେ ।

ପରବର୍ତ୍ତୀ ଅବସ୍ଥା ରେ ଜଣେ  ଅଭିଯୁକ୍ତ ଅରବିନ୍ଦ ପ୍ରଧାନ ଓରଫ୍ ହୁଲୁମା କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ସେହି ଦିନ ଠାରୁ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିଲେ । ବିଶେଷ ସୂତ୍ର ରୁ ଖବର ପାଇଁ  ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି  ପ୍ରକାଶ ମହାନ୍ତି ଖୋର୍ଦ୍ଧା ଥାନା ଅଂଚଳ ରେ ଚଢାଉ କରି ଅନ୍ୟତମ ଅଭିଯୁକ୍ତ ରାଜକିଶୋର ପ୍ରଧାନ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅନ୍ୟତମ ଅଭିଯୁକ୍ତ ଏବେବି ଫେରାର ରହିଛି । ଗିରଫ ଅଭିଯୁକ୍ତ କୁ ଅଦାଲତ କୁ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତ କୁ ପଠାଇ ଦିଅଅଯାଇଥିବା ଜଣାପଡିଛି । ଘଟଣାଟି ରଣପର ଅଂଚଳ ରେ ଆଲୋଚନା ର ବିଷୟ ବସ୍ତୁ ପାଲଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.