Home ଜିଲ୍ଲା ପରିକ୍ରମା ବହୁଦରଡା ଗ୍ରାମରେ ଅଗ୍ନିକାଣ୍ଡ – ୩ ବଖରା ଘର ଭସ୍ମୀଭୂତ

ବହୁଦରଡା ଗ୍ରାମରେ ଅଗ୍ନିକାଣ୍ଡ – ୩ ବଖରା ଘର ଭସ୍ମୀଭୂତ

34

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାରିକପୁର ନିକଟ ବହୁଦରଡା ଗ୍ରାମରେ ଗତକାଲି ରାତ୍ରରେ ଅଗ୍ନିକାଣ୍ଡ ହୋଇ ୩ ବଖରା ଘର ଜଳିଯାଇଛି । ଏଥିରେ ଗ୍ରାମର ପ୍ରହଲ୍ଲାଦ ଜେନାଙ୍କର ଗୋଟିଏ ବଖରା ଓ ଶଙ୍କର୍ଷଣ ଜେନାଙ୍କ ଦୁଇ ବଖରା ଘର ଅନ୍ତର୍ଭୁକ୍ତ । ଗତକାଲି ରାତିରେ ରୋଷେଇ ଚୁଲିରୁ ନିଆଁ ଜାଳକାଠରେ ପ୍ରଥମେ ଲାଗିଥିଲା । ପରେ ଏହା ଚାଳ ଧରିଥିଲା । ଫଳରେ ଘର ଜଳିଯାଇଥିଲା । ଖବର ପାଇ ଭଣ୍ଡାରିପୋଖରୀରୁ ଦମକଳ ଯାଇ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀମାନେ ଅଗ୍ନିନିର୍ବାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.