Home ଜିଲ୍ଲା ପରିକ୍ରମା ଉଜ୍ଜ୍ୱଳ ଆଲୋକରେ ଝଲସିଲା ଷୋଳମପୁର ବୌଦ୍ଧବିହାର

ଉଜ୍ଜ୍ୱଳ ଆଲୋକରେ ଝଲସିଲା ଷୋଳମପୁର ବୌଦ୍ଧବିହାର

17

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ବୌଦ୍ଧବିହାର ଉଜ୍ଜ୍ୱଳ ଆଲୋକରେ ଝଲସିଛି । ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ବ୍ୟକ୍ତିଗତ ସହାୟତାରେ ଆଜି ବୌଦ୍ଧବିହାର ପରିସରକୁ ସ୍ଥାୟୀ ଉଜ୍ଜ୍ୱଳ ଆଲୋକ ଯୋଗାଇ ଦିଆଯାଇଛି । ବୌଦ୍ଧବିହାରର ପ୍ରାଚୀର ଘେରା ଅଞ୍ଚଳ ସମେତ ସଂଯୋଗୀକରଣ ରାସ୍ତାକୁ ଆଲୋକିକରଣ କରାଯାଇଛି । ଏଥିପାଇଁ ଶ୍ରୀ ସାମଲ ବାରମ୍ବାର ବୌଦ୍ଧବିହାର ଅଞ୍ଚଳ ଗସ୍ତ କରି ଆବଶ୍ୟକତାକୁ ଅନୁଭବ କରି ପ୍ରାଥମିକ ଭାବେ ଆଲୋକିକରଣ କରିବାକୁ ପଦକ୍ଷେପ ନେଇଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ବୌଦ୍ଧବିହାରର ବିକାଶ ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବ୍ଲକ ଅଞ୍ଚଳରେ ଏହି ଐତିହାସିକ କିର୍ତ୍ତିରାଜି ବିରଳ ହୋଇଥିବାରୁ ଏହାର ବିକାଶକୁ ଅଗ୍ରାଧିକାର ଦେବେ ବୋଲି ଶ୍ରୀ ସାମଲ ଉଦଘାଟନ ସମାବେଶରେ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ସମାଜସସେବୀ ଉତ୍କଳ କେଶରୀ ମହାନ୍ତି ଯୋଗଦେଇ ମୂର୍ତ୍ତି ଚୋରଙ୍କ ଲୋଲୁପ ଦୃଷ୍ଟି ଯୋଗୁଁ ହେଉଥିବା କ୍ରମାଗତ ଚୋରିରୁ ବୌଦ୍ଧବିହାରକୁ ଏତଦ୍ୱାରା ସୁରକ୍ଷା ମିଳିପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ବୌଦ୍ଧବିହାର ବିକାଶର ମୁଖ୍ୟପ୍ରବକ୍ତା ବିଶ୍ୱମ୍ଭର ରାଉତଙ୍କ ଦାବି ଯୋଗୁଁ ଏହି ସଫଳତା ମିଳିଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.