Home ଜିଲ୍ଲା ପରିକ୍ରମା ଏମ.ସି.ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯଶୋଟିକିରି ଟିମ୍ ଚାମ୍ପିଅନ

ଏମ.ସି.ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯଶୋଟିକିରି ଟିମ୍ ଚାମ୍ପିଅନ

16

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ଯଶୋଟିକିରି କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଏମ.ସି.ସି. କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଦାଦେଶ୍ୱର ଟିମ ସଡନ ଆଟାକ ଟିମ ଯଶୋଟିକିରି ପରସ୍ପରକୁ ଭେଟିଥିଲେ । ଦାଦେଶ୍ୱର ଟମ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦାଦେଶ୍ୱର ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୪୭ ରନ ସ୍କୋର କରିôତଲା । ଜବାବରେ ଯଶୋଟିକିରି ସଡନ ଆଟାକ ଦଳ ୫.୩ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ୪୮ରନ ସ୍କୋର କରି ଚାମ୍ପିଅନ ହୋଇଥିଲା । ୩ ଓଭର ବୋଲିଂ କରି ୧୨ ରନ ବିନିମୟରେ ୫ଟି ଉଇକେଟ ହାସଲ କରି ଅବିନାସ ପଣ୍ଡା ମ୍ୟାନ ଅଫ ଦି ୍ୟାଚ ବିବେଚିତ ହୋଇଥିଲେ । ଲିଗ ପର୍ଯ୍ୟାୟରେ ୭ଟି ସେମିଫାଇନାଲରେ ଦୁଇଟି ଓ ଫାଇନାଲ ମ୍ୟାଚରେ ଗୋଟିଏ ଉଇକେଟ ହାସଲ କରି ଯଶୋଟିକିରି ଦଳର ବୋଲର ସୌମ୍ୟରଞ୍ଜ ମହାପାତ୍ର ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ । କୈଳାସ ଦ୍ୱିବେଦୀ ଓ ପ୍ରଭାସ ରାଉତରାୟ ଅମ୍ପାୟାର, ଦିପ୍ତି ଦସା ଧାରାବିବରଣୀ ଓ ସ୍କୋରର ଦାଇତ୍ୱ ପିଲୁ ସାମଲ ଓ ଦିଲ୍ଲିପ ପୃଷ୍ଟି ତୁଲାଇଥିଲେ । ଖେଳ ଶେଷରେ ଚାମ୍ପିଅନ, ରନରସପ ଦଳ ସମେତ କୃତୀ ଖେଳାଳୀଙ୍କୁ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.