Home ଜିଲ୍ଲା ପରିକ୍ରମା ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସର ପ୍ରତିବାଦ

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଏବଂ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ କଂଗ୍ରେସର ପ୍ରତିବାଦ

43

କଳାହାଣ୍ଡି, ତା.୨୮.୧୦.୨୦୨୧ ( ଓଡିଆପୁଅ)  କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା କାଣ୍ଡର ସିବିଆଇ ତଦନ୍ତ,ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବୀ ନେଇ କଂଗ୍ରେସର ଜିଲ୍ଲାସାରା ପ୍ରତିବାଦ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲଙ୍କ ନେତୃତ୍ୱରେ ଭବାନୀପାଟଣା ଠାରେ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତା ଙ୍କ ସହିତ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ଜୁନାଗଡ ନଗର କଂଗ୍ରେସ ସଭାପତି କୈଳାସ ଅଗ୍ରୱାଲ, ପ୍ରଭାତ ଦାଶ, ଚିତ ରଂଜନ ନିଆଲଙ୍କ ନେତୃତ୍ୱରେ ଜୁନାଗଡ ତାନା ସମ୍ମୁଖରେ ମୁହଁରେ କଳାପଡି ବାନ୍ଧି ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ପ୍ରତିବାଦ କରାଯାଇଥିଲା । ସେହିପରି ଧର୍ମଗଡ, କୋକସରା, ଗୋଲାମୁଣ୍ଡା, କେସିଙ୍ଗା, କର୍ଲାମୁଣ୍ଡା, ନର୍ଲା, ମ.ରାମପୁର ଆଦି ସମସ୍ତ ବ୍ଲକ ଅଂଚଳରେ କଂଗ୍ରେସ ପକ୍ଷରୁ ପ୍ରତିବାଦ ପ୍ରଦର୍ଶନ କରାଯାଇ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ, ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରାଯାଇଥିଲା । ଇତିମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ରୀୟ ନେତୃତ୍ୱ ସମେତ ରାଜ୍ୟସ୍ତରୀୟ କଂଗ୍ରେସ ନେତାମାନେ ପୀଡିତା ପରିବାରକୁ ଭେଟି ସମବେଦନ ଜଣାଇବା ସହିତ ଘଟଣାର ସିବିଆଇ ତଦନ୍ତ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.