Home କେନ୍ଦୁଝର ଡିମିରିଆ ସ୍କୁଲ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ଡିମିରିଆ ସ୍କୁଲ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

29

ହାଟଡ଼ିହି, ୨୮ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଡିମିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଘୁନନ୍ଦନ ମିଶ୍ରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାିଛି । ଏଥିଲାଗି ବିଦ୍ୟାଳୟ ପରିସରରେ ପ୍ରାଥମିକ ଶିକ୍ଷକ ସଂଘ ଶାଳଣିଆର ସଭାପତି ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା, ମୁଖ୍ୟ ବକ୍ତା ଭାବେ ପୁର୍ବତନ ଶିକ୍ଷକ ବାସୁଦେବ ନାୟକ, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଯେନା, ଏବିଇଓ ଧନେଶ୍ୱର ଖଣ୍ଡାଇ, ଏବିଇଓ ମଞ୍ଜୁଲତା ରାଉତ, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସେଠୀ, ରାମଚନ୍ଦ୍ର ମହାନ୍ତି, ଯଜାତି କେଶରୀ ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହାଡିବନ୍ଧୁ ରାଉଳ, ଶିକ୍ଷକ ସଂଘର ଶାଳଣିଆଁର ସମ୍ପାଦକ ଇନ୍ଦ୍ରମଣି ସା, ସମାଜସେବୀ ଅମୁଲ୍ୟ କୁମାର ହାତୀ, ସିଆରସିସି ବିଜୟ କୁମାର ସା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମକମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖଃମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଶିକ୍ଷକ ଗଜେନ୍ଦ୍ର ସେଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ତପନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.