Home ଆନ୍ତର୍ଜାତୀୟ ବସ୍ ଦୁର୍ଘଟଣା : ୧୩ ମୃତ –ଅନେକ ଆହତ

ବସ୍ ଦୁର୍ଘଟଣା : ୧୩ ମୃତ –ଅନେକ ଆହତ

687

ନେପାଳ ୧୫-୧୨ (ଓଡ଼ିଆ ପୁଅ) ନେପାଳର ରାଜଧାନୀ କାଠମାଣ୍ଡୁଠାରୁ ୮୦ କିଲୋମିଟର ଦୂର ସିନ୍ଧୁପାଲଚୌକ ଜିଲ୍ଲା ସୁନକୋଶୀ ଗ୍ରାମ -୧ ରୁ ଛଅ କିଲୋମିଟର ଦୂରରେ ବସ୍ ଦୁର୍ଘଟଣାରେ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ବସ୍ ରେ କାଲିଂଚୋକ ମନ୍ଦିରରୁ ଦର୍ଶନ କରି ଫେରୁଥିଲେ ତୀର୍ଥଯାତ୍ରିମାନେ। ଜିଲା ପୁଲିସ କାର୍ଯ୍ୟାଳୟ, ସିନ୍ଧୁପାଲଚୌକର ଇନିସ୍ପେକ୍ଟର ଗଣେଶ ଖନାଲ କହିଛନ୍ତି, ରବିବାର ଦିନ ସକାଳ ପ୍ରାୟ ୮ ଟା ସମୟରେ ସଡ଼କରୁ ତଳକୁ ବସ ଖସି ପଡ଼ିଥିଲା। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.