Home ଓଡ଼ିଶା ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଓଡ଼ିଶାରେ ରେଳ ସେବା ପ୍ରଭାବିତ...

ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଓଡ଼ିଶାରେ ରେଳ ସେବା ପ୍ରଭାବିତ – ଜାଣନ୍ତୁ

454

ଭୁବନେଶ୍ୱର ୧୫-୧୨ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଟ୍ରେନ୍ ସେବା ଉପରେ ପ୍ରଭାବ ପଡ଼ିଛି। ଆନ୍ଦୋଳନଯୋଗୁଁ ଶନିବାର ଦିନ କିଛି ଟ୍ରେନ୍ ବାତିଲ କରାଯାଇଛି ଏବଂ କିଛି ଟ୍ରେନକୁ ଆଂଶିକ ରୂପରେ ବାତିଲ କରାଯାଇଛି। ଭାରତୀୟ ରେଳବାଇ ଟ୍ରେନ ବାତିଲ୍ କରିବାର ଆଲର୍ଟ ଜାରୀ କରିଛି। ଓଡ଼ିଶାରୁ ହାୱାଡ଼ା ଯାଉଥିବା ଏବଂ ହାୱାଡ଼ାରୁ ଓଡ଼ିଶା ଆସୁଥିବା ୧୨ଟି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ ୪ଟି ଟ୍ରେନ୍ ଅଧାବାଟରେ ଅଟକି ରହିଥିଲା।

ତେବେ ଜାଣନ୍ତୁ କେଉଁ କେଉଁ ଟ୍ରେନ ବାତିଲ୍ ହୋଇଛି

ହାୱଡ଼ାରୁ ବାତିଲ୍ ହୋଇଥିବା ଟ୍ରେନ

୨୦୮୮୯ ହାୱଡ଼ା-ତିରୁପତି ହମସଫର ଏକ୍ସପ୍ରେସ
୨୨୮୭୭ ହାୱଡ଼ା-ଏର୍ଣ୍ଣାକୁଲମ ଅନ୍ତୋଦୟ ଏକ୍ସପ୍ରେସ
୧୨୮୪୧ ହାୱଡ଼ା-ଚେନ୍ନାଈ କରମଣ୍ଡଳ ଏକ୍ସପ୍ରେସ
୧୨୨୪୫ ହାୱଡ଼ା-ଯଶବନ୍ତପୁର ଦୁରନ୍ତୋ ଏକ୍ସପ୍ରେସ
୧୮୬୪୫ ହାୱଡ଼ା-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ
୧୨୮୪୭ ହାୱଡ଼ା-ପୁଣେ ଦୁରନ୍ତୋ ଏକ୍ସପ୍ରେସ
୨୮୬୦ ହାୱଡ଼ା-ମୁମ୍ବାଇ CSMT ଗୀତାଞ୍ଜଲି ଏକ୍ସପ୍ରେସ

ପୁରୀରୁ ବାତିଲ୍ ହୋଇଥିବା ଟ୍ରେନ

ତିନୋଟି ଟ୍ରେନକୁ ପୁରୀରୁ ବାତିଲ୍ କରାଯାଇଛି
-୨୨୮୯୦ ପୁରୀ-ଦୀଘା ଏକ୍ସପ୍ରେସ
– ୫୮୦୦୨ ପୁରୀ-ସନ୍ତରାଗାଛୀ ପାସେଞ୍ଜର
– ୫୮୪୦୪ ପୁରୀ-ଖୋର୍ଦ୍ଧା ପାସେଞ୍ଜର

ଆଂଶିକ ରୂପରେ ବାତିଲ୍ ହୋଇଥିବା ଟ୍ରେନ

-୧୨୨୭୮/୧୨୨୭୭ ପୁରୀ-ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ
-୧୨୦୭୪/୧୨୦୭୩ ଭୁବନେଶ୍ଵର-ହାୱଡ଼ା-ଭୁବନେଶ୍ଵର ଜନ ଶତାବ୍ଦୀ ଏକ୍ସପ୍ରେସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.