Home ଆନ୍ତର୍ଜାତୀୟ ଅନ୍ତରରାଷ୍ଟ୍ରୀୟ ଡ୍ରଗ୍ସ ରାକେଟ୍ ର ଖୁଲାସା : ଭାରତରେ ଏନସିବି ୧୦୦ କୋଟି ଟଙ୍କା ମୂଲ୍ୟର...

ଅନ୍ତରରାଷ୍ଟ୍ରୀୟ ଡ୍ରଗ୍ସ ରାକେଟ୍ ର ଖୁଲାସା : ଭାରତରେ ଏନସିବି ୧୦୦ କୋଟି ଟଙ୍କା ମୂଲ୍ୟର ୨୦ କିଲୋଗ୍ରାମ କୋକିନ ଜବତ କଲା

458

ନୂଆ ଦିଲ୍ଲୀ ୧୫-୧୨ (ଓଡ଼ିଆ ପୁଅ) ଅଷ୍ଟ୍ରେଲିଆରେ ୫୫ କିଲୋଗ୍ରାମ କୋକିନ ଏବଂ ୨୦୦ କିଲୋଗ୍ରାମ ମେଥମଫେଟାମାଇନର ଉତ୍ସର ସୂଚନା ପାଇ ଜବତ କରିଛି, ଅନ୍ତରାଷ୍ଟ୍ରୀୟ ବଜାରରେ ଏହି ଡ୍ରଗ୍ସର ମୂଲ୍ୟ ୧୩୦୦ କୋଟି ଟଙ୍କା ହେବ।

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦିଲ୍ଲୀ କ୍ଷେତ୍ରୀୟ ଅଞ୍ଚଳ ଅପରେସନ କରି ଏକ ଅନ୍ତର୍ରାଷ୍ଟ୍ରୀୟ ଡ୍ରଗ୍ସ ରାକେଟ୍ ର ଖୁଲାସା କରି ବଡ଼ ସଫଳତା ହାସଲ କରିଛି। କୁହାଯାଉଛିଯେ, ଆଜିପର୍ଯ୍ୟନ୍ତ ସବୁଠାରୁ ବଡ଼ ମାତ୍ରାରେ ଏହି କୋକିନ ଜବତ ହୋଇଛି।

ଭାରତରେ ଏନସିବି ଦ୍ଵାରା ଜବତ ୨୦ କିଲୋଗ୍ରାମ କୋକିନର ଅନ୍ତର୍ରାଷ୍ଟ୍ରୀୟ ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ଜବତ ୫୫ କିଲୋଗ୍ରାମ କୋକିନ ଏବଂ ୨୦୦ କିଲୋଗ୍ରାମ ମେଥମଫେଟାମାଇନର ସର୍ବମୋଟ ଅନ୍ତରାଷ୍ଟ୍ରୀୟ ମୂଲ୍ୟ ପ୍ରାୟତଃ ୧୩୦୦ କୋଟି ଟଙ୍କା ହେବ।

ଭାରତରେ ଏହି ରାକେଟ୍ ରେ ସାମିଲ ୫ଜଣ ଭାରତୀୟ, ଜଣେ ଆମେରୀକୀୟର, ୨ଜଣ ନାଇଜେରିଆର ଏବଂ ଜଣେ ଇଣ୍ଡୋନେସିଆର ନାଗରିକଙ୍କୁ ଗିରଫ କରାଯାଇଛି। ଭାରତରେ ଏହି ସାଇକୋଟ୍ରୋପିକ ଡ୍ରଗ୍ସ କାନାଡା, ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ମଗାଯାଉଥିଲା। କୋକିନ ଏବଂ ମେଥାମଫେଟାମାଇନକୁ ଭାରତରୁ ଅଷ୍ଟ୍ରେଲିଆ ପଠାଯାଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.