Home ଅପରାଧ ବଳାତ୍କାର ଅଭିଯୁକ୍ତ ପାଦ୍ରୀଙ୍କୁ ଜାମିନ:ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ

ବଳାତ୍କାର ଅଭିଯୁକ୍ତ ପାଦ୍ରୀଙ୍କୁ ଜାମିନ:ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ

217

ଭୁବନେଶ୍ୱର;୧୫,ଅକ୍ଟୋବର:ପଞ୍ଜାବ,ଜଳନ୍ଧର ଅଞ୍ଚଳର ଜଣେ ପାଦ୍ରୀ ତଥା ପୂର୍ବତନ ବିଷପ,ଫ୍ରେଙ୍କୋ ମୁଲକ୍କଲଙ୍କ ଉପରେ ୪ ବର୍ଷ ପୂର୍ବେ ଜଣେ ନନଙ୍କୁ ବଳାତ୍କାର କରିଥିବାର ଅଭିଯୋଗ ହୋଇଥିଲା।ଯାହା ଉପରେ କେରଳ ହାଇକୋର୍ଟ ଫ୍ରେଙ୍କୋଙ୍କୁ ଜାମିନ ଦେଇ ଦେଇଛନ୍ତି।ଫ୍ରେଙ୍କୋଙ୍କୁ ୨୧ ସେପ୍ଟେମ୍ବରରେ କେରଳ ପୁଲିସ ଗିରଫ କରିଥିଲା।ଅବଶ୍ୟ କୋର୍ଟ ତାଙ୍କୁ କେରଳ ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ସହ ସାକ୍ଷୀ ମାନଙ୍କୁ ପ୍ରଭାବିତ ନକରାଇବାକୁ ଚେତାବନୀ ଦେଇଛି।ଏବଂ ତାଙ୍କର ପାସପୋର୍ଟ ମଧ୍ୟ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଚଳିତ ବର୍ଷ ଜୁନ ମାସରେ ଜଣେ ନନ ଫ୍ରେଙ୍କୋଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଅନୁଯାୟୀ ୨୦୧୩ ରୁ ୨୦୧୬ ମଧ୍ୟରେ ଫ୍ରେଙ୍କୋ ତାଙ୍କ ସହ ୧୩ ଥର ବଳାତ୍କାର କରିଥିଲେ।ନନ ଜଣଙ୍କ ପଞ୍ଜାବରେ ଅବସ୍ଥିତ ମିଶନାରୀଜ ଅଫ ଜିସସ ସମୂହର ସଦସ୍ୟ ଅଟନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.