Home ଓଡ଼ିଶା ଅବକାରୀ ବିଭାଗର ଚଢଉ, ମଦ ଓ ପୋଚ ଜବତ ଜଣେ ଗିରଫ

ଅବକାରୀ ବିଭାଗର ଚଢଉ, ମଦ ଓ ପୋଚ ଜବତ ଜଣେ ଗିରଫ

300

ମାଲକାନଗିରି,୨୦ା୪(ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହା ର ସୁଯୋଗ ନେଇ କିଛି ମଦବେପାରି ବେଆଇନ ଭାବେ ଦେଶି ମଦ ରାନ୍ଧୁ ଥିବା ବେଲେ ମଦ ଓ ପୋଚ ଜବତ କରାଯିବା ସହ ଜଣ ଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଲକ ଡାଉନ ସମୟରେ ମାଥିଲି ଅଚଂଳରେ କିଛି ଚୋରା ମଦବେପାରି ମଦ ରାନ୍ଧୁଥିବାର ଖବର ପାଇ ଜିଲ୍ଲାଅବକାରୀ ବିଭାଗ ସୁପରି ଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନିର୍ଦ୍ଦେଶ କ୍ରମେ ମାଥିଲି ଅବକାରୀ ଥାନା ଅଧିକାରୀ ଜଗା ରାଓ, ଜିଲ୍ଲାଭ୍ରାମ୍ୟମାଣ ଟିମର ଦିଲିପନାୟକ,ମାଥିଲି ଅବକାରୀ ବିଭାଗ ଏଏସଆଇ ରାଜୁ ଖିତି,ରାମଚନ୍ଦ୍ର ହନ୍ତାଳ,ଗୋବିନ୍ଦ ବଜାଂମି,ପ୍ରବିନ ସାହୁ,ସୁଜାତା ହିଆଲ ପ୍ରମୁଖ ଅବକାରୀ ବିଭାଗକର୍ମାଚାରୀ ମାନେ ମାଥିଲି ଅଚଂଳରେ ଚଢଉ କରିଥିଲେ, ଜଙ୍ଗଲରେ ମହୁଲି ମଦ ରାନ୍ଧୁଥିବା ସମୟରେ ନାୟକ ସାହିର ମଙ୍ଗଳା କପେ ନାମକ ବ୍ୟକ୍ତି ଙ୍କୁ ଗିରଫ କରି ତାଙ୍କ ନିକଟରୁ ୨୬୦ଲିଟର ଦେଶିମଦ ଜବତ କରା ଯାଇଛି । ଠିକ ସେହିପରି ଏକ ଜଳାଶୟ ନିକଟରେ ମଦ ରନ୍ଧା ଚାଲିଥିବାର ଖବର ପାଇ ସେଠାରେ ଅବକାରୀ ବିଭାଗ ଚଢଉ କରି ସେଠାରୁ ୨୦୦ଲିଟର ଦେଶି ମଦ,୪୪୦ କେଜି ପୋଚ ସହ ମଦ ରନ୍ଧା ସାମଗ୍ରୀ ଜବତ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.