Home ଓଡ଼ିଶା ବଲିଉଡ ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ନିଧନ

ବଲିଉଡ ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କ ନିଧନ

316

ମୁମ୍ବାଇ,୧୬/୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ଅଭିନେତ୍ରୀ ବିଦ୍ୟା ସିହ୍ନାଙ୍କର ଗୁରୁବାର ଦିନ ୭୨ବର୍ଷ ବୟସରେ ନିଧନ ହୋଇଛି। ବିଦ୍ୟାଙ୍କୁ ମୁମ୍ବାଇର କ୍ରିଟିକେୟାର ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ହାର୍ଟ ସମ୍ବନ୍ଧୀୟ ସମସ୍ୟା ରହିଥିଲା । ବିଦ୍ୟାଙ୍କ ପରସନାଲ୍ ଲାଇଫ୍ ବହୁତ କଷ୍ଟରେ କଟିଥିଲା । ସେ ଦୁଇଟି ବିବାହ କରିଥିଲେ ।

ଏହାପରେ ବିଦ୍ୟା ସିଡନୀ ଚାଲିଯାଇଥିଲେ । ସେଠାରେ ତାଙ୍କର ପରିଚୟ ଅଷ୍ଟ୍ରେଲିୟାର ଡାକ୍ତର ନେତାଜୀ ଭୀମରାୱ ସାଲୁଙ୍କେ ଙ୍କ ସହିତ ହୋଇଥିଲା । କିଛି ସମୟରେ ଭିତରେ ଦୁହେଁ ବିବାହ କରିଥିଲେ । ଏହି ବିବାହ ପରେ ବିଦ୍ୟା ଖୁବ୍ ସସ୍ୟାରେ ରହୁଥିଲେ । କିଛି ଦିନ ଏପରି କାଟିବା ପରେ ୯ ଜାନୁୟାରୀ ୨୦୦୯ରେ ବିଦ୍ୟା ତାଙ୍କର ଦ୍ବିତୀୟ ସ୍ବାମୀଙ୍କ ବିରୋଧରେ ଶାରିରୀକ ଏବଂ ମାନସିକ ଉତ୍ପୀଡନା ନେଇ ପୋଲିସ୍ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଉଭୟଙ୍କ ଭିତରେ ଛାଡପତ୍ର ହୋଇଯାଇଥିଲା ।

ତେବେ ତାଙ୍କ ନିଧନରେ ଟିଭି ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କର ଅନ୍ତିମ ସଂସ୍କାର ଗୁରୁବାର ଦିନ ହିଁ ସମାପ୍ତ ହୋଇଥିବା ଜଣାପଡିଛି । ଏହି ଅବସରରେ ଟିଭି ଜଗତର ବହୁ ସେଲିବ୍ରେଟି ବିଦ୍ୟାଙ୍କର ଶେଷ ଦର୍ଶନ କରିବାକୁ ଆସିଥିଲା । ସୂଚନା ଥାଉକି ବିଦ୍ୟାଙ୍କର ଶେଷ ସିରିଏଲ୍ କୁଲଫି କୁମାର ବାଜେୱାଲାରେ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.