Home କେନ୍ଦୁଝର ବଲାଣୀ ଅଞ୍ଚଳରେ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

ବଲାଣୀ ଅଞ୍ଚଳରେ ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ

92

ବଡ଼ବିଲ, ତା ୧୪ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ମହାମାରୀ କରୋନା ସାରା ବିଶ୍ୱକୁ ଘାରିଛି ଚୀନର ବୁହାନ ସହରରୁ ଆଜି ସମ୍ପୂର୍ଣ ବିଶ୍ୱର ଅଧିକ ଦେଶକୁ କବଳିତ କରିଛି । ଏହା ପ୍ରତି ଦେଶ ପରି ଆମ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ଅର୍ଥନୀତି ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଏହାର କୌଣସି ପ୍ରତିଷେଧକ ବାହାରି ନଥିବା ବେଳେ ସାମାଜିକ ଦୂରତା ଓ ମାସ୍କର ବ୍ୟବହାର ହିଁ ଏହାର ସଂକ୍ରମଣକୁ ରୋକିବାର ଏକମାତ୍ର ଉପାୟ, ଯାହାକୁ ନେଇ ସରକାର ଲକଡାଉନ ଘୋଷଣା କରିଥିଲେ । ଏଥିପାଇଁ ସବୁ କିଛି ବନ୍ଦ ରହିବା ଯୋଗୁଁ ବହୁଲୋକ ପ୍ରଭାବିତ ହେଲେ, ସରକାର ମହାମାରୀ ରିଲିଫ୍ ଯୋଜନାରେ ବହୁଲୋକଙ୍କୁ ସାହାଯ୍ୟ କଲେ । ଏହା ସହ ବହୁ ସାମାଜିକ ସଙ୍ଘଠନ ବ୍ୟକ୍ତି ମଧ୍ୟ ଗରିବ ଖଟିଖିଆ ଲୋକଙ୍କୁ ରନ୍ଧା ଖାଦ୍ୟ ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇ ସହଯୋଗର ହାତ ବଢ଼ାଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣୀ ପଞ୍ଚାୟତର ଅଞ୍ଚଳରେ ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ଆଗେଇ ଆସିଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ବଜରଙ୍ଗ ଦଳର ପ୍ରତିନିଧି ସୌମ୍ୟ ପ୍ରକାଶ ସିଂହ ଓ ପିଣ୍ଟୁ ଜେନାଙ୍କ ସହାୟତାରେ ବହୁ ସମୟରେ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ସହ ନିଜ ଖର୍ଚ୍ଚରେ ନିଜେ ମାସ୍କ ପ୍ରସ୍ତୁତି କରି ବାଣ୍ଟୁଛନ୍ତି । ଏହାସହ ସ୍ଥାନୀୟ ବାଲଗୋଡା ସରପଞ୍ଚଙ୍କୁ ନିଜ ଅଞ୍ଚଳରେ ଏହି ମହାମାରୀ ସମୟରେ ନିତ୍ୟନ୍ତ ଆବଶ୍ୟକ ଥିବାରୁ ୫୦୦ଶହ ମାସ୍କ ପ୍ରସ୍ତୁତି କରି ସାହାର୍ଯ୍ୟ କରିଛନ୍ତି । ଏଥିସହ ସ୍ଥାନୀୟ ଲୋକଙ୍କୁ ମାସ୍କ ବାଣ୍ଟୁଥିବା ସମୟରେ ଲୋକମାନଙ୍କୁ ଗ୍ରୁପର ସଦସ୍ୟମାନେ ସଚେତନ କରାଇଥିଲେ । ବାଲଗୋଦା ସରପଞ୍ଚ ମଙ୍ଗଳ ମୁଣ୍ଡା ଏହି ଉଚ୍ଚକୋଟୀର ସହଯୋଗ ଓ ଉତ୍ସାହ ପାଇଁ ସମସ୍ତ ଗ୍ରୁପ ସଦସ୍ୟ ଓ ବଜରଙ୍ଗ ଦଳକୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବଲାଣୀ ମାର୍କେଟର ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାପତି ମାଣିକ ମହାନ୍ତ ସମ୍ପାଦିକା ସଞ୍ଜୁଲତା ମହାନ୍ତ, ସବିତା ମହାକୁଡ଼, ନିରୁପମା ମହାନ୍ତ, ଲଷ୍ମୀ ପୁଥାଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.