Home Coronavirus Outbreak ଦେଶରେ କରୋନାଭାଇରସ୍ – ଗତ ୨୪ ଘଣ୍ଟାରେ ପାଖାପାଖି ୧୨ ହଜାର ନୂଆ ଆକ୍ରାନ୍ତ –...

ଦେଶରେ କରୋନାଭାଇରସ୍ – ଗତ ୨୪ ଘଣ୍ଟାରେ ପାଖାପାଖି ୧୨ ହଜାର ନୂଆ ଆକ୍ରାନ୍ତ – ମୋଟ ମୃତକ ୯, ୧୯୫

200

ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଦେଶରେ କରୋନାଭାଇରସ୍ ଆତଙ୍କ ଖେଳାଇଛି। ହୁତୁ ହୁତୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା। ଅବଶ୍ୟ ଦେଶରେ ଆରୋଗ୍ୟ ହାର ଏବେ ପ୍ରାୟ ୫୦ ପ୍ରତିଶତ। ଶନିବାର ଦିନ ଭାରତର କୋଭିଡ୍-୧୯ ମୃତ୍ୟୁସଂଖ୍ୟା ୯, ୦୦୦ ଅତିକ୍ରମ କରିଛି।

ଆଜି ରେକର୍ଡ ସଂଖ୍ୟକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସମଗ୍ର ଭାରତରେ ମୋଟ ମାମଲା ୩, ୨୦, ୯୨୨ କୁ ବୃଦ୍ଧି ପାଇଛି।

ଶନିବାର ସକାଳ ୮ ଟା ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୧୧, ୯୨୭ ନୂତନ ମାମଲା ରେକର୍ଡ଼ କରାଯାଇଛି।

ମୋଟ ଦେଶରେ ୯, ୧୯୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୩୧୧ ଜଣଙ୍କର ମୃତ୍ୟୁ ହୋଇଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୀକ୍ଷା ବୈଠକରେ ଦେଖାଯାଇଛିଯେ, ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ପାଞ୍ଚଟି ରାଜ୍ୟରେ ଅଛନ୍ତି ଏବଂ ବଡ ବଡ଼ ସହରରେ ବହୁ ସଂଖ୍ୟାରେ ଆକ୍ରାନ୍ତ ଅଛନ୍ତି। ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ, ଚେନ୍ନାଇ, ସୁରଟ, ପୁଣେ, ଇନ୍ଦୋର ଏବଂ କୋଲକାତା ଅନ୍ୟତମରେ ସବୁଠାରୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଜନ୍ ହପକିନ୍ସ ୟୁନିଭରସିଟି ଦ୍ୱାରା ସଂକଳିତ ବିଶ୍ୱର ରିଅଲ୍ ଟାଇମ୍ COVID-୧୯ ତଥ୍ୟ ଅନୁଯାୟୀ, ଆମେରିକା, ବ୍ରାଜିଲ୍, ଋଷ, ଇଟାଲୀ ଏବଂ ଜର୍ମାନୀ ପରେ ଭାରତର ଆରୋଗ୍ୟ ହାର ବର୍ତ୍ତମାନ ବିଶ୍ୱର ଷଷ୍ଠ ବୃହତ୍ତମ ଅଟେ।

ତେବେ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଶ୍ରେଷ୍ଠ ଦଶତମ ସ୍ତାନରେ ପ୍ରବେଶ କରିଛି। ଆମେରିକା, ବ୍ରାଜିଲ, ବ୍ରିଟେନ, ଇଟାଲୀ, ଫ୍ରାନ୍ସ, ସ୍ପେନ୍, ମେକ୍ସିକୋ ଏବଂ ବେଲଜିୟମ ପରେ ଏବେ ନବମ ସ୍ଥାନରେ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.