Home ଓଡ଼ିଶା ବଲାଙ୍ଗୀର ଜିଲ୍ଲାର ତୁଷୁରା ଏୟାରଷ୍ଟ୍ରିପର ସମ୍ପ୍ରସାରଣକୁ ନେଇ ପୂର୍ବତନ ସାଂସଦ କାଲିକେଶ ନାରାୟଣ ସିଂହଦେଓ ଙ୍କ...

ବଲାଙ୍ଗୀର ଜିଲ୍ଲାର ତୁଷୁରା ଏୟାରଷ୍ଟ୍ରିପର ସମ୍ପ୍ରସାରଣକୁ ନେଇ ପୂର୍ବତନ ସାଂସଦ କାଲିକେଶ ନାରାୟଣ ସିଂହଦେଓ ଙ୍କ ଦାବିପତ୍ର

90

ବଲାଙ୍ଗୀର, ୦୫-୦୯, (ଓଡ଼ିଆ ପୁଅ)ବଲାଙ୍ଗିର ଜିଲ୍ଲା ସ୍ଥିତ ତୁଷୁରା ଏଆରଷ୍ଟ୍ରିପକୁ ସଂପ୍ରସାରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଦେଇ ଅନୁରୋଧ ଜଣାଇଛନ୍ତି ପୁର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ। ତୁଷୁରା ଏଆରଷ୍ଟ୍ରିପକୁ୍ ଉଡ଼ାନ ଯୋଜନାରେ ସାମିଲ କରିବା ସହ ଏହାର ଯଥାଶୀଘ୍ର ସଂପ୍ରସାରଣ କରି ଏଠାରେ ଫ୍ଲାଇଁ ସ୍କୁଲ ଆରମ୍ଭ କରିବା ପାଇଁ ସେ ଅନୁରୋଧ କରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସରକାରୀ ପାଇଲଟ ଟ୍ରେନିଂ ଅନୁଷ୍ଠାନ “ଗତି” ଡିଜିସିଏ ନିୟମାନୁସାରେ ଓଡିଶା ସରକାରଙ୍କ ସହିତ ତୁଷୁରା ଏଆରଷ୍ଟ୍ରିପ ଦ୍ୱିତୀୟ ବେସ୍‌ ରୁପେ ଗ୍ରହଣ କରିଥିଲା। ସେହି ମୁତାବକ ଏହି ଏଆରଷ୍ଟ୍ରିପର ଉନ୍ନତିକରଣ ପାଇଁ ହାରାହରି ୧୦କୋଟି ୬୫ଲକ୍ଷର ଏକ ଆକଳନ ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ରନ ୱେ ଓ ଅନ୍ୟାନ୍ୟ ନିର୍ମାଣ ପାଇଁ ୬ କୋଟି ୫୩ ଲକ୍ଷ ରାଶି ମଞ୍ଜୁର କରାଯାଇଥିଲ।

ଅହୁରି ଏହି ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କାର ରାଶି ବାକି ରହିଥିବା ଯୋଗୁଁ ଏଠାରେ ଫ୍ଲାଇଂ ସ୍କୁଲ ଆରମ୍ଭ ହୋଇ ପାରି ନାହିଁ ବୋଲି ଶ୍ରୀ ସିଂଦେଓ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଅନ୍ୟ ପକ୍ଷେ ଉଡାନ ଯୋଜନାରେ ସାମିଲ କରାଯାଇଥିବା ଅନ୍ୟାନ୍ୟ ଏଆରଷ୍ଟ୍ରିପ ଗୁଡିକ ଜମି ଅଧିଗ୍ରହଣ ଅଭାବରୁ ବିଫଳ ପ୍ରମାଣିତ ହେଉଥିବା ବେଳେ ତୁଷୁରା ଏଆରଷ୍ଟ୍ରିପରେ ଏହାର ସଂପ୍ରସାରଣ ପାଇଁ ପର୍ଯ୍ୟାପ୍ତ ଜମି ରହିଛି। ଯଦି ସରକାର ଏହାକୁ ଉଡାନ ଯୋଜନାରେ ସାମିଲ କରି ଏହାର ତୁରନ୍ତ ସଂପ୍ରସାରଣ କଲେ, ସ୍ଥାନୀୟ ଲୋକେ ବହୁ ମାତ୍ରାରେ ଉପକୃତ ହେବେ ବୋଲି ଶ୍ରି ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.