Home ଅପରାଧ ଝାରସୁଗୁଡାକୁ ଚାଲାଣ ହେଉଥିବା ୪୦ କେଜି ଗଞ୍ଜେଇ ସହ ଗାଡି ଜବତ

ଝାରସୁଗୁଡାକୁ ଚାଲାଣ ହେଉଥିବା ୪୦ କେଜି ଗଞ୍ଜେଇ ସହ ଗାଡି ଜବତ

71

ବଲାଙ୍ଗୀର, ୦୫-୦୯ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲାର ତୁଷରା ପୋଲିସ ପାଟ୍ରୋଲିଂ ସମୟରେ ପିକଅପ ଗାଡ଼ିରୁ ୪୦ କେଜି ଗଞ୍ଜେଇ ଜବତ ହେବା ସହିତ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଶନିବାର ଦିନ ତୁଷୁରା ପୁଲିସ ପାଟ୍ରୋଲିଂ କରୁଥିବାବେଳେ ବେଆଇନ ଭାବରେ ଏକ ପିକଅପ ଗାଡ଼ି (ଓଡ଼ି-୩୧ଡ଼ି-୪୮୮୬)ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଗାଡି ଇଞ୍ଜିନ ଭିତରୁ ପୁଲିସ ୪୦ କେଜିର ଗଞ୍ଜେଇ ଜବତ କରିଛି। ଏଥିସହିତ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ସୋନପୁର ଜିଲ୍ଲାର ଅଜିତ ତାଣ୍ଡି। ସେ କନ୍ଧମାଳରୁ ଗଞ୍ଜେଇ ନେଇ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ଏହି ଚଢ଼ଉରେ ତୁଷୁରା ଆଇଆଇସି ଯଶୋବନ୍ତ ପ୍ରଧାନି, ଏସଆଇ ତୁଳସୀ ରାମ ଶବରଙ୍କ ସହ କର୍ମଚାରୀମାନେ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.