Home ଓଡ଼ିଶା ବର ଯାତ୍ରୀ ସୋଭାଯାତ୍ରା ଉପରେ ଟ୍ରକ ମାଡିଯିବାରୁ ବରପିତା ଓ ଅନ୍ୟ ଦୁଇଜଣ ମୃତ ୪...

ବର ଯାତ୍ରୀ ସୋଭାଯାତ୍ରା ଉପରେ ଟ୍ରକ ମାଡିଯିବାରୁ ବରପିତା ଓ ଅନ୍ୟ ଦୁଇଜଣ ମୃତ ୪ ଆହତ

56

ମାଲକାନଗିରି,୨୪ା୧୧ (ଓଡିଆ ପୁଅ)) ଆଜି ସନ୍ଧ୍ୟା ସମୟରେ ଜୟପୁର ମାଲକାନଗିରି୩୨୬ନମ୍ବର ଜାତୀୟ ରାଜପଥ ମାଲକାନଗିରି ଥାନାସ୍ଥ ପାଣ୍ଡ୍ରୀପାଣି ଠାରେ ସରପଚଂ ଶିବ ଖେମୁଡୁ ଙ୍କ ପୁଅ ବିବାହଘର ପାଇଁ ବର ଯାତ୍ରୀ ଦଳ ସୋଭା ଯାତ୍ରାରେ ଯାଉଥିବା ବେଳେ ହଟାତ ଜୟପୁର ଆଡୁ ମାଲକାନଗରି ଅଭି ମୁଖେ ଦୃତଗତିରେ ଆସୁଥିବା ଏକ ଟ୍ରକ ବର ଯାତ୍ରାଙ୍କ ସୋଭା ଯାତ୍ରାରେ ଚଢି ଯାଇଥିଲା । ଘଟଣାସ୍ଥଳରେ ବର ଙ୍କ ପିତା ସରପଂଚ ଶିବ ଖେମୁଡୁଙ୍କ ସହିତ ଅନ୍ୟ ଦୁଇଜଣ ଙ୍କର ମୃତ୍ୟୁ ଘଟିଛି । ୪ଜଣ ବର ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସଙ୍ଗେ ସଙ୍ଗେ ମାଲକାନଗିରି ଥାନାକୁ ଗ୍ରାମବାସୀ ମାନେ ଜଣାଇ ୧୦୮ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ହସପିଟାଲକୁ ଆହତ ମାନଙ୍କୁ ପଠାଇଛନ୍ତି । ଘଟଣାସ୍ଥଳରେ ଉତେଜନାଲାଗି ରହିଛି,ଗ୍ରାମବାସୀ ମାନେ ରାସ୍ତା ରୋକ କରିଛନ୍ତି । ଘଟଣାସ୍ଥଳରେ ମାଲକାନଗରି ତହସିଲଦାର ,ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ପୁଲିସ ସଦଳବଳ ପହଁଚି ଉତେଜିତ ଲୋକମାନଙ୍କୁ ବୁଝା ସୁଜା କରିବା ସହିତ ତଦନ୍ତ ଆରମ୍ଭ କରିଦେଇଛନ୍ତି । ଟ୍ରକ ଜବତ କରିବା ସହିତ ଡ୍ରାଇଭର କୁ ପୁଲିସ ଗରିଫ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.