Home କେନ୍ଦୁଝର ଇଞ୍ଚୋଳମଧ୍ୟ ଇଂରାଜି ବିଦ୍ୟାଳୟରେ ଆସପେୟାର ପକ୍ଷରୁ ପାଠାଗାର ସ୍ଥାପନ

ଇଞ୍ଚୋଳମଧ୍ୟ ଇଂରାଜି ବିଦ୍ୟାଳୟରେ ଆସପେୟାର ପକ୍ଷରୁ ପାଠାଗାର ସ୍ଥାପନ

26

ହାଟଡ଼ିହି-୨୪ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ଆସପେୟାର ପକ୍ଷରୁ ଇଞ୍ଚୋଳ ମଧ୍ୟ ଇଂରାଜି ବିଦ୍ୟାଳୟରେ ପାଠାଗାର ସ୍ଥାପନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଇଞ୍ଚୋଳ ପଞ୍ଚାୟତର ସରପଞ୍ଚ ପାର୍ବତୀ ନାଇକ, ଶିକ୍ଷକ ଶ୍ରୀକାନ୍ତ ପଟ୍ଟନାୟକ, ଅମୀୟ ରଞ୍ଜନ ନାୟକ, ଚନ୍ଦନ ପଣ୍ଡା ପ୍ରମୁଖ ଯୋଗଦେଇ ଏହି ପାଠାଗାର ସ୍ଥାପନ ଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀଭ୍‌କ ମଧ୍ୟରେ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ । ଷଡଙ୍ଗ କ୍ଲଷ୍ଟରର ସଂଯୋଜକ ସତ୍ୟବ୍ରତ ନାଗବଂଶୀ, ଇଞ୍ଚୋଳ ପଞ୍ଚାୟତ ଆସପେୟାର ସଂଯୋଜକ ଉମାକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଆସପେୟାର ପକ୍ଷରୁ ବିଦ୍ୟାଳୟକୁ ଉପାଦେୟ ପୁସ୍ତକ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.