Home ଜିଲ୍ଲା ପରିକ୍ରମା ବର୍ଷ ପରେ ବର୍ଷ ବିତିଲା ରାସ୍ତା ସଂଯୋଗ ନଳାପୋଲ ହୋଇପାରିଲାନି  

ବର୍ଷ ପରେ ବର୍ଷ ବିତିଲା ରାସ୍ତା ସଂଯୋଗ ନଳାପୋଲ ହୋଇପାରିଲାନି  

64

ନୟାଗଡ଼ ୨୭/୦୩ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ପ୍ରଶାସନିକ ଅବହେଲା ଯୋଗୁଁ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ ହୋଇପାରୁନାହିଁ। ରାସ୍ତାର ଦୂରାବସ୍ତା ଯୋଗୁଁ ଅନେକ ପର୍ଯ୍ୟଟକ ରାସ୍ତା ଅଧାରୁ ଫେରି ଆସୁଥିବା ଦେଖିବାକୁ ମିଳୁଛି। ସେଭଳି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ନୟାଗଡ ଜିଲ୍ଲା ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ମା ଖିଲାମୁଣ୍ଡାଙ୍କ ପୀଠସ୍ଥଳୀ। ରାଜ ରାଜୁଡା ଅମଳରୁ ପ୍ରତ୍ୟେକ୍ଷ ଠାକୁରାଣୀ ଭାବେ ଲୋକଙ୍କର ପ୍ରଗାଢ଼ ବିଶ୍ୱାସ ରହିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମା ଖିଲାମୁଣ୍ଡାଙ୍କ ପୀଠକୁ ଦର୍ଶନ ପାଇଁ ଆସିଥାନ୍ତି। କିନ୍ତୁ ରାସ୍ତାରେ ବାଧକ ସାଜିଥାଏ ଏକ ନଦୀ ସାମାନ୍ୟ ବର୍ଷାହେଲେ ପାହାଡ଼ିଆ ନଦୀ ଦେଇ ଶ୍ରଦ୍ଧାଳୁ ଭକ୍ତମାନେ ମାଙ୍କ ପୀଠକୁ ଯାଇନପାରି ମନଦୁଃଖରେ ରାସ୍ତାରୁ ଫେରିଥାନ୍ତି। ସେଥିପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ୫ ବର୍ଷ ତଳେ ଏକ ବାସ୍କ ନଳାପୋଲ ନିର୍ମାଣ ସରିଛି। କିନ୍ତୁ ନଳାପୋଲଟି ଭୂତପୋଲ ଭାବେ ଦଣ୍ଡାୟମାନ କରିଥିବା ବେଳେ ପୋଲକୁ ରାସ୍ତା ସଂଯୋଗୀ କରଣ ହୋଇପାରୁନାହିଁ।

ପ୍ରତିବର୍ଷ ପୋଲକୁ ରାସ୍ତା ସଂଯୋଗୀ କରଣ ପାଇଁ ବିଲ୍ ପରେ ବିଲ୍ ହେଉଛି। ନିକଟ ଅତୀତରେ ଯାନବାହନରୁ ଆଦାୟ ହେଉଥିବା ରାଜସ୍ୱ ଅର୍ଥରୁ ୧ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟ କରାଯାଇଅଛି ବୋଲି ସୂଚନା ଫଳକରୁ ଜଣାପଡୁଛି। କିନ୍ତୁ ଠିକାଦାର ବିଲ୍ ନେଇ ଛୁ ରାସ୍ତା ସଂଯୋଗୀ କରଣ ହୋଇପାରିନାହିଁ। ଏ ସର୍ମ୍ପକେ ରଣପୁର ବ୍ଲକ ସହକାରୀ ଯନ୍ତ୍ରୀ ରବିନ୍ଦ୍ର କୁମାର ସାହୁଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ମନରେଗା ଯୋଜନାରେ ରାସ୍ତା ସଂଯୋଗୀ କରଣ ପାଇଁ ୨୦ ଲକ୍ଷ ଟଙ୍କା ରହିଅଛି। ବନ୍ଧମୁଣ୍ଡା ପଞ୍ଚାୟତ ରାଆଁଳା ଗ୍ରାମସାଥି ନାମରେ କାର୍ଯ୍ୟାଦେଶ ରହିଅଛି। କିନ୍ତୁ ମନରେଗା ଯୋଜନାରେ ଲୋକମାନେ ରାସ୍ତା କାମ କରିବାକୁ ନାରାଜ। ତେଣୁ ରାସ୍ତା ସଂଯୋଗୀ କରଣ ହୋଇପାରୁନାହିଁ। ଏ ସର୍ମ୍ପକେ ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଗ୍ରାମ ରୋଜଗାର ସେବକ ମାନସ ନାୟକଙ୍କୁ ଫୋନଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ଅପରପକ୍ଷେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍ ରେ ଦୈନିକ ମଜୁରୀ ୨୦୭ ଟଙ୍କା ଥିଲା ବେଳେ ଜବ୍ କାର୍ଡଧାରୀମାନେ କାର୍ଯ୍ୟ କରିବାକୁ ଇଚ୍ଛା କରୁନାହାଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ସରକାର ଅନ୍ୟ ଯୋଜନା ମାଧ୍ୟମରେ ରାସ୍ତା ସଂଯୋଗୀ କରଣ କରିବା ପାଇଁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.