Home ଜିଲ୍ଲା ପରିକ୍ରମା ସମବାୟ ବ୍ୟାଙ୍କ ବଦଳି ରଦ୍ଦ ପାଇଁ କର୍ମଚାରୀ ୟୁନିଅନ ପକ୍ଷରୁ ଚରମପତ୍ର, ଆଜି ଧାରଣା

ସମବାୟ ବ୍ୟାଙ୍କ ବଦଳି ରଦ୍ଦ ପାଇଁ କର୍ମଚାରୀ ୟୁନିଅନ ପକ୍ଷରୁ ଚରମପତ୍ର, ଆଜି ଧାରଣା

11

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ବିଭିନ୍ନ କର୍ମଚାରୀଙ୍କୁ ୩ ଦଫାରେ କରାଯାଇଥିବା ବଦଳି ଆଦେଶ ରଦ୍ଦ ପାଇଁ ସଂପୃକ୍ତ ସମବାୟ ବ୍ୟାଙ୍କ କର୍ମଚାରୀ ୟୁନିଅନ ପକ୍ଷରୁ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଙ୍ଗଳବାର ଚରମପତ୍ର ପ୍ରଦାନ କରାଯାଇଛି । ଗତ ୭ ତାରିଖରେ ବ୍ୟାଙ୍କ ଆଦେଶ ସଂଖ୍ୟା ୫୮୪୦, ୫୮୪୪ ଓ ୫୮୪୮ରେ ହୋଇଥିବା ସାମୁହିକ ବଦଳିକୁ ବାତିଲ କରାଯାଇ ସୁସ୍ଥା ବାତାବରଣ ଫେରାଇ ଆଣିବାକୁ ଚରମବାଣୀ ଶୁଣାଇ ଦିଆଯାଇଛି । ଅନ୍ୟଥା ୟୁନିଅନ ପକ୍ଷରୁ ଆନ୍ଦୋଳନାତ୍ମ ପଦକ୍ଷେପ ଗ୍ରହଣ କରାଯିବ ବୋଳି ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ଶାଖା ପରିଚାଳକ ବଦଳି ଯୋଗୁ ଗତ ୧୦ ତାରିଖରୁ ଅଚଳ ହୋଇପଡିଥିବା ଭଣ୍ଡାରିପୋଖରୀ ଶାଖାରେ ବଦଳି ବାତିଲ ପାଇଁ ସମିତି ସଭାପତିମାନେ ଆଜିଠାରୁ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି । ଦୈନିକ ନେଣଦେନ ବ୍ୟତୀତ ଶାଖାରେ ଅନ୍ୟକୌଣସି କାର୍ଯ୍ୟ ସମ୍ଭବ ହୋଇପାରୁ ନାହିଁ ।

ଋଣମଞ୍ଜୁର, ସମବାୟ ସମତି କାର୍ଯ୍ୟ ଅନୁଧ୍ୟାନ ସହ ଶାଖାର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନା ପାଇଁ ଶାଖା ପରିଚାଳକ ନଥିବାରୁ ସଂପୃକ୍ତ ଶାଖା ଅଚଳ ହୋଇପଡିଛି । ଏହି ଶାଖାର ପରିଚାଳକ ବିଚିତ୍ରାନନ୍ଦ ସାହୁଙ୍କୁ ଅଚାନକ ଆଗରପଡାକୁ ବଦଳି କରିଦିଆଯାଇଛି । ଏକବର୍ଷରୁ କମ ସମୟ ଧରି ଶାଖା ପରିଚାଳକ ଭାବେ କାର୍ଯ୍ୟକରି ଶ୍ରୀ ସାହୁ ବଦଳି ହୋଇଥିଲେ । ଏଥିପୂର୍ବରୁ ଏହି ଶାଖାରେ କାର୍ଯ୍ୟ କରିଥିବା ଓ ଏବେ ଭଦ୍ରକ ଶାଖାରେ କାର୍ଯ୍ୟରତ ଧନୁର୍ଦ୍ଧର ସାହୁଙ୍କୁ ନୂତନ ଭାବେ ଶାଖା ପରିଚାଳକ ଭାବେ ନିଯୁକ୍ତି ଦିଆଯାଇଥିଲା । ମାତ୍ର ସମବାୟ ସମିତିର ସଭାପତିମାନେ ମେଳି କରିବାରୁ ସେ ଯୋଗ ଦେଇ ପାରିନଥିଲେ । ତାଙ୍କର ପୂର୍ବ ତିକ୍ତ କାର୍ଯ୍ୟାବଳୀ ଆଧାରରେ ବିରୋଧ କରାଯିବାରୁ ନୂତନ ଶାଖା ପରିଚାଳକ ଯୋଗଦେବାକୁ ସକ୍ଷମ ହୋଇ ପାରିନଥିଲେ । ବିଚିତ୍ରାନନ୍ଦ ସାହୁ ଆଗରପଡାରେ ଯୋଗଦେବା ଓ ଧନୁର୍ଦ୍ଧର ସାହୁ ଯୋଗନଦେଇ ପାରିବା ଯୋଗୁଁ ଶାଖା ପରିଚାଳକ ପଦ ଖାଲି ପଡିଛି । ଏ ସମ୍ପର୍କରେ ଏକ ପ୍ରତିନିଧିମଣ୍ଡଳୀ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକଙ୍କୁ ଗତ ଶୁକ୍ରବାର ସାକ୍ଷାତ କରି ସମସ୍ତ ଘଟଣା ଅବଗତ କରାଇଥିଲେ । ମଙ୍ଗଳବାର ସୁଦ୍ଧା ବିକଳ୍ପ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ମିଳିଥିଲେ ବି କାର୍ଯ୍ୟକାରୀ କରାଯାଇ ନାହିଁ । ଏଥିନେଇ ବ୍ୟାଙ୍କ କତ୍ତୃପକ୍ଷଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.