Home କେନ୍ଦ୍ରାପଡ଼ା ବର୍ଷାରେ ଧୋଇଗଲା ୭୫ ଲକ୍ଷର ସୌନ୍ଦର୍ଯ୍ୟକରଣ କାମ : ଠିକାଦାରଙ୍କ ଫାଇନାଲ ବିଲ ବନ୍ଦ ହେବ:...

ବର୍ଷାରେ ଧୋଇଗଲା ୭୫ ଲକ୍ଷର ସୌନ୍ଦର୍ଯ୍ୟକରଣ କାମ : ଠିକାଦାରଙ୍କ ଫାଇନାଲ ବିଲ ବନ୍ଦ ହେବ: ବିଭାଗୀୟ ଯନ୍ତ୍ରୀ

30

କେନ୍ଦ୍ରାପଡ଼ା, ୨୫ା୭ (ଓଡ଼ିଆ ପୁଅ) : ୭୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଗୋବରୀ ବାଇପାସ ରାସ୍ତା ପାର୍ଶ୍ୱ ଗୋବରୀ ନଦୀ ବନ୍ଧରେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ତାହା ଉଦ୍‌ଘାଟନ ଅପେକ୍ଷାରେ ରହିଛି। କିନ୍ତୁ କାମ ଏତେ ନିମ୍ନମାନର ହୋଇଛି ଯେ ଏହି ବର୍ଷାରେ ତାହା ଧୋଇ ହୋଇଯାଇଛି। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ସହରର ବୁଦ୍ଧିଜୀବୀ ତଥା ବରିଷ୍ଠ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କୁହନ୍ତି ଜନସାଧାରଣଙ୍କ ଟିକସ ଅର୍ଥରେ ଏହି ନିର୍ମାଣ କାର୍ଯ୍ୟ କରାଗଲା। ହେଲେ କାମ କେଉଁ ଢଙ୍ଗରେ ହେଲା ତାହାକୁ କେହି ତର୍ଜମା କଲେ ନାହିଁ। ଯାହା ଫଳରେ ବର୍ଷାରେ କାମ ଧୋଇଗଲା। ତେଣୁ ଠିକା ସଂସ୍ଥା ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବା ନିତ୍ୟାନ୍ତ ଆବଶ୍ୟକ। ଏଭଳି ହେଲେ ଅନ୍ୟ ଠିକାଦାରମାନେ ଉଚିତ ଶିକ୍ଷା ପାଇପାରିବେ। ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଅନ୍ୟ ଠିକାଦାରମାନଙ୍କ ସାହସ ବଢିବ ଏବଂ ସେମାନେ ମଧ୍ୟ ନିମ୍ନମାନର କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ, ମୁଁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବି। ନିମ୍ନମାନର କାର୍ଯ୍ୟ ହୋଇଥିବା ପମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ଠିକାଦାରଙ୍କ ଫାଇନାଲ ବିଲ୍ ହୋଇନାହିଁ। ତେଣୁ ନିମ୍ନମାନର କାର୍ଯ୍ୟ କରିଥିଲେ ବିଲ୍ ବନ୍ଦ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.