Home ଜିଲ୍ଲା ପରିକ୍ରମା ନୟାଗଡ଼ ଦଣ୍ଡଠାକୁର ଶୋଭାଯାତ୍ରା ହତ୍ୟା ଘଟଣାରେ ଗ୍ରାମ ସଭାପତି ଗିରଫ

ନୟାଗଡ଼ ଦଣ୍ଡଠାକୁର ଶୋଭାଯାତ୍ରା ହତ୍ୟା ଘଟଣାରେ ଗ୍ରାମ ସଭାପତି ଗିରଫ

35

ନୟାଗଡ଼, ୨୪ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ବଜାରରେ ଦେଉଳପଲ୍ଲୀ ଓ ଦୁୁର୍ଗାପ୍ରସାଦ ଦୁଇ ଗାଁର ଗତ ଅପ୍ରେଲ ମାସ ୧୩ ତାରିଖ ମେରୁ ଦଣ୍ଡଠାକୁର ଶୋଭାଯାତ୍ରାବେଳେ ଦୁଗାଁପ୍ରସାଦ ଗ୍ରାମର ଇଂ ନବୀନ ପରିଡ଼ାଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାରେ ଦେଉଳପଲ୍ଳୀ ଗ୍ରାମର ଗ୍ରାମ ସଭାପତି ଶ୍ରନିବାସ ପ୍ରଧାନଙ୍କୁ ପୋଲିସ ୪ମାସ ପରେ ଗିରଫ କରିଥିବା ଜଣାପଡ଼ିଛି। ଶ୍ରୀନିବାସ କେନ୍ଦୁଝର ଜିଲ୍ଲାର ବର୍ଡ଼ର ଅଂଚଳରେ ଲୁଚି ରହିଥିଲା ବୋଲି ପୋଲିସ ସୁରାକ୍ ପାଇଥିଲା। ସେତେବେଳେ ପୋଲିସ ୮ଜଣ ଅଭିଯୁକ୍ତ ମୁନା ପ୍ରଧାନ, କାବୁଲି ପ୍ରଧାନ, ଆନନ୍ଦ ପ୍ରଧାନ, ଆଶିଷ ପ୍ରଧାନ, ଶିବାଜୀ ସାମନ୍ତରାୟ, ଭାସ୍କର ଜେନା, ସୌଭାଗ୍ୟ ପ୍ରଧାନକୁ ଗିରଫ କରିଥିଲା। ପୋଲିସ ଏମାନଙ୍କୁ ଅଟକ ରଖି ପଚରା ଉଚୁରା କରିଥିଲାବେଳେ ଠୋସ୍ ପ୍ରମାଣ ପାଇବା ପରେ ଗିରପ କରି କୋର୍ଟ ଚାଲାଣ କରିଥିଲା। ତେବେ ହତ୍ୟା ଘଟଣାରେ ମାଷ୍ଟର ମାଇଁଣ୍ଡ ଶ୍ରୀନିବାସଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ତେବେ ଶ୍ରୀନିବାସକୁ ଗିରଫ କରାଯାଇଥିବା ଖବର ଶୁଣି ମୃତ ନବୀନଙ୍କ ପରିବାର ଓ ସମ୍ପର୍କୀୟ ଲୋକେ ନୟାଗଡ଼ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟକୁ ଆସି ହତ୍ୟାକାରୀକୁ ଫାସିଦଣ୍ଡାଦେଶ ଦିଆଯାଉ ବୋଲି ଦାବି କରିଛନ୍ତି। ମୃତ ନବୀନ ବାପ ମାଆଙ୍କର ଏକମାତ୍ର ପୁଅ ଥିଲାବେଳେ ସେ ମେରୁକୁ ବୁଲିବାକୁ ଆସି ହତ୍ୟାର ଶିକାର ହୋଇଥିଲେ। ସେ କୌଣସି ଗ୍ରାମ୍ୟ ବିବାଦରେ ନଥିଲାବେଳେ ସେହି ସମୟରେ ବନ୍ଧୁ ଘରକୁ ଆସି ନିଜ ଘରକୁ ଫେରୁଥିଲାବେଳେ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.