Home ଓଡ଼ିଶା ବର୍ଷାରେ ଗଛପଡି ଭାଙ୍ଗିଲା ଘର,ଅଳ୍ପକେ ବର୍ତିଲେ ଦୁଇପରିବାର

ବର୍ଷାରେ ଗଛପଡି ଭାଙ୍ଗିଲା ଘର,ଅଳ୍ପକେ ବର୍ତିଲେ ଦୁଇପରିବାର

155

ମାଲକାନଗିରି,୧୩ା୬ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା କିଆଙ୍ଗ ପଚାଂୟତସ୍ଥ ନୁଆଗୁଡା ଗ୍ରାମର ରଇଧର ମାଳି ଙ୍କ ଘର ଗତକାଲି ରାତ୍ରରେ ବର୍ଷାରେ ଗଛପଡି ଭାଙ୍ଗି ଯାଇଥିବା ବେଳେ ଘରଭିତରେ ଶୋଇଥିବା ଦୁଇପରିବାର ର ୪ଜଣ ଅଳ୍ପକେ ବର୍ତି ଯାଇଛନ୍ତି । ଗତକାଲି ମୌସୁମୀ ଆଗମନରେ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ବର୍ଷା ହୋଇଥିଲା, ଶୁକ୍ରବାର ରାତ୍ରରେ କିଆଙ୍ଗ ପଚାଂୟତ ନୁଆଗୁଡା ଗ୍ରାମର ରଇଧର ମାଳି ତାଙ୍କ ପତ୍ନୀ ସମାରୀ ମାଳି ଓ ପଡିଶାଘର ଗୌରୀ ପୂଜାରୀ ଓ ତାଙ୍କ ଛୋଟପୁଅ ସଂଜୟ ପୂଜାରୀ ଗୋଟିଏ ଘରେ ଶୋଇଥିଲେ, ରାତ୍ର ଗୋଟାଏ ବେଳେ ହଟାତ ପବନ ସହ ଘଡଘଡି ମାରି ପ୍ରବଳବେଗରେ ବର୍ଷାହୋଇଥିଲା । ଘରନିକଟରେ ଥିବା ଏକ ବୃହତ ତେନ୍ତୁଳିଗଛ ପବନ ବର୍ଷାରେ ଉପୁଡିପଡି ଘରେଉପରେ ପଡିଯାଇଥିଲା ବିରାଟ ଶଦ୍ଧସାଙ୍ଗକୁ ଘର କଡମଡ ହେବାରୁ କଣ ଗୋଟିଏ ଶଦ୍ଧ ହେଲା ଶୁଣି ଘରମାଲିକ ରଇଧର ବିଛଣାରୁ ଉଠିଦେଖିଲା ବେଳକୁ ତାଙ୍କ ଘରଉପରେ ରେ ତେନ୍ତୁଳିଗଛଟି ପଡିଯାଇଛି । ସେ ଏହା ଦେଖି ସଙ୍ଗେ ସଙ୍ଗେ ଗାଁ ଲୋକଙ୍କୁ ଡାକପକାଇ ନିକଟରେ ଶୋଇଥିବା ଅନ୍ୟମାନଙ୍କୁ ଉଠାଇ ଦେଇଥିଲେ, ଗ୍ରାମବାସୀ ମାନଙ୍କ ସହାୟତାରେ ଘରେ ଶୋଇଥିବା ସମସ୍ତଙ୍କୁ ଉଦ୍ଧାରକରି ସେମାନଙ୍କୁ ବାହାରକୁ କାଡିଆଣିଥିଲେ ।ସୌଭାଗ୍ୟବଶତଃ ଗଛଟି ଶୋଇବାବଖରା ଉପରେ ନପଡି ଅନ୍ୟଘରେ ପଡିଯାଇଥିବାରୁ ଅଳ୍ପକେ ବର୍ତି ବଡ ବିପଦରୁ ବଚିଂଯାଇଥିଲେ ଏହି ଚାରି ଜଣ । ରଇଧର ମାଳି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ହୋଇଥିବାରୁ ତାଙ୍କଘର ଭାଙ୍ଗିଯାଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.