Home ଅନୁଗୁଳ ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ ଆଲୁମିନିୟମ ପାର୍କ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା – ଧର୍ମେନ୍ଦ୍ର ପ୍ରଧାନ

96

ଭିଡିଓ କନଫରେନ୍ସିଂ ଯୋଗେ ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା

– ଇଡକୋ ସିଏମଡି, ଇପିକୋଲର ପ୍ରତିନିଧି ମଣ୍ଡଳି ଓ ନାଲକୋ ସିଏମଡିଙ୍କ ସହ କଲେ ଆଲୋଚନା
– ଏହି ପ୍ରକଳ୍ପ ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗକୁ ବଢାଇବ
– ରାଜ୍ୟରେ ଖଣିଜ କ୍ଷେତ୍ରର ବିକାଶ କରିବା ସହ ଓଡିଶାର ଅର୍ଥନୀତିକୁ ମଜବୁତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୩ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଓଡିଶା ସରକାରର ବରିଷ୍ଠ ଅଧିକାରୀଙ୍କ ସହ ଇଡକୋର ସିଏମଡି, ଇପିକୋଲର ପ୍ରତିନିଧି ମଣ୍ଡଳି ଓ ନାଲକୋର ସିଏମଡିଙ୍କ ସହ ଅନୁଗୁଳ ଆଲୁମିନିୟମ ପାର୍କର କାର୍ଯ୍ୟକୁ ଆଗେଇ ନେବା ଏବଂ ପକଳ୍ପର କାମ ଶୀଘ୍ର ଶେଷ କରିବା ଦିଗରେ ଅଲୋଚନା କରିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଓଡିଶାର ବିକାଶ ଏବଂ ଜନକଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଅନୁଗୁଳ ସ୍ଥିତ ଆଲୁମିନିୟମ ପାର୍କ ଆଲୁମିନିୟମ ଆଧାରିତ ଡାଉନଷ୍ଟ୍ରିମ୍ ଶିଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରିବ ଏବଂ ରାଜ୍ୟରେ ପୁଞ୍ଜିନିବେଶ, ନିଯୁକ୍ତି ସୁଯୋଗ ଏବଂ ଉଦ୍ୟୋଗକୁ ମଧ୍ୟ ବଢାଇବ।

ସେହିପରି ଏହି ପ୍ରକଳ୍ପ ଆଲୁମିନିୟମ କ୍ଲଷ୍ଟର ତିଆରି କରିବାରେ ସାହାଯ୍ୟ କରିବା ସହ ରାଜ୍ୟରେ ନିଯୁକ୍ତି ମଧ୍ୟ ପ୍ରଦାନ କରିବ। ରାଜ୍ୟରେ ଖଣିଜ କ୍ଷେତ୍ରକୁ ବିକାଶ କରିବା ସହ ଓଡିଶାର ଅର୍ଥନୀତିକୁ ମଜବୁତ କରିବ। ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏହି ପ୍ରକଳ୍ପର ଯୋଗଦାନ ରହିବ ବୋଲି ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ ଯୋଗେ କହିଛନ୍ତିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.