Home ଓଡ଼ିଶା ବର୍ଷାଯୋଗୁ କୋରାଇର ୧୮ହଜାର ହେକ୍ଟର ଚାଷଜମିରେ ବ୍ୟାପକ ଫସଲ କ୍ଷତି

ବର୍ଷାଯୋଗୁ କୋରାଇର ୧୮ହଜାର ହେକ୍ଟର ଚାଷଜମିରେ ବ୍ୟାପକ ଫସଲ କ୍ଷତି

187

ଯାଜପୁର୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ‘ବୁଲବୁଲ’ ବାତ୍ୟାର ପ୍ରଭାବରେ ଦୁଇଦିନ ହେଲା ବର୍ଷା ଲାଗିରହିବା ଫଳରେ ବର୍ଷାଜଳ ଜମିରହିବା ଓ ପବନ ପ୍ରକୋପ ଯୋଗୁ ୧୮ହଜାର ହେକ୍ଟରରୁ ଉଦ୍ଧ୍ୱର୍ଜିମରେ ହୋଇଥିବା ପରିବା ଫସଲ ଓ ଧାନକ୍ଷେତରେ ବ୍ୟାପକ କ୍ଷୟକ୍ଷତି ସାଧିତ ହୋଇଛି । କୋରାଇ ବ୍ଲକର ୨୮ଟି ପଂଚାୟତରେ ୨୨ହଜାର ହେକ୍ଟର ଚାଷଜମିରେ ରହିଥିଲା ବେଳେ ଚଳିତ ବର୍ଷ ୧୭ହଜାର ହେକ୍ଟେର ଜମିରେ ଖରିଫ କାଳିନ ଧାନ ଚାଷ ଓ ୧ହଜାର ୭୬୦ହେକ୍ଟୋର ଜମିରେ ପରିବା ଫସଲ ହୋଇଥିଲା । ଧାନ ଓ ପରିବା ଆଦିକୁ ମିଶାଇ ମୋଟ ୧୮ହଜାର ୭୬୦ହେକ୍ଟର ଜମିରେ ଫସଲ ହୋଇଥିଲା । ହେଲେ ବୁଲବୁଲର ପ୍ରଭାରେ ଲାଗିରହିଥିବା ବର୍ଷା ଯୋଗୁ ଉଦ୍ବୃତ ଜଳରାଶି ଧାନ କିଆରିରେ ଜମିରହିବାରୁ ପାଛିଲା ଧାନା ଗଜା ଓ ପଚିଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି । ଏଥିସହିତ କୋବି, ବାଇଗଣ, କଲରା, ଝୁଡଙ୍ଗ, ମୂଳା ଆଦି ପରିବା ଫସଲକିଆରିରେ ଜଳଜମି ଫଳଭରା ଫସଲ ସମ୍ପୂର୍ଣ୍ଣ ଉଜୁଡିଯାଇଛି । ବିଶେଷ କରି କୋରାଇ ଏକ କୃଷିପ୍ରଧାନ ଅଂଚଳ ହୋଇଥିଲା ବେଳେ ଖରିଫ କାଳିନ ଧାନ ଚାଷ ଏଠାକର ମୁଖ୍ୟ । ତଦ୍ୱାର ବର୍ଷତମାମ ପରିବାରକୁ ଖାଦ୍ୟ ଯୋଗାଇଥିଲା ବେଳେ ବଳକା ବିକି ଅନ୍ୟାନ୍ୟ ଆବଶ୍ୟକତା ମେଂଟାଇଥାଏ । ଏବେ ପାଚିଲା ଧନା କ୍ଷେତରେ ପାଣିଭରା ଦେଖି ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଋଣକରି ଚାଷକରିଥିବା ବେଳେ ଉଜୁଡା କ୍ଷେତରୁ କ’ଣ ଅମଳକରି କେମିତି ପରିବାର ଚଳାଇବା ସହ ଋଣ ପରିଷେରଧ କରିବ ସେନେଇ ବ୍ୟଥିତ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.