Home ଅପରାଧ କାର୍ଯ୍ୟରେ ଅବହେଳା ପାଇଁ ୪ଜିଆରଏସଙ୍କୁ ଅନ୍ୟତ୍ର ବଦଳି

କାର୍ଯ୍ୟରେ ଅବହେଳା ପାଇଁ ୪ଜିଆରଏସଙ୍କୁ ଅନ୍ୟତ୍ର ବଦଳି

125

ଯାଜପୁର୧୦ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟରତ ୪ଜଣ ଗ୍ରାମ୍ୟ ରୋଜଗାର ସେବକଙ୍କୁ କୋରାଇ ବ୍ଲକ ପ୍ରଶାସନିକ ଅଧିକାରୀ କାର୍ଯ୍ୟଷ୍ଠାନ ସ୍ୱରୂପ ଅନ୍ୟତ୍ର ବଦଳି କରିଛନ୍ତି । ଏନେଇ ବ୍ଲକ ପକ୍ଷର ପତ୍ର ସଂଖ୍ୟା ୫୩୨୩/୪ା୧୧ା୧୯ରେ ଜିଲା ଗ୍ରାମ୍ୟଉନ୍ନୟନର ପ୍ରକଳ୍ପନିର୍ଦେଶକଙ୍କୁ ସୂଚିତ କରାଯାଇଛି । ଅବହେଳା ପଦର୍ଶିତ ସଂପୃକ୍ତ ଜିଆରଏସ ବିଶ୍ୱନାଥ ଜେନା(ପାଣିକୋଇଲି), ରଞ୍ଜନକୁମାର ପ୍ରତିହାରୀ(ତାହାରପୁର), ରବିନ୍ଦ ୍ରକୁମାର ବାରିକ(ଅସନଝର) ଓ ଇମ୍ରାନ ଖାଁ(ରଣପୁର) ବୋଲି ଜଣାପଡିଛି । ସୂଚନାଅନୁଯାୟୀ, ପ୍ରଧାନମନ୍ତ୍ରୀ ଆବସ ଯୋଜନା କାର୍ଯ୍ୟକୁ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟମଧ୍ୟରେ ସାରିବା ସହିତ ଏମଜିଏନଆରଜିଏସ କାର୍ଯ୍ୟକୁ ତ୍ୱରାନ୍ୱିତ ପୂର୍ବକ କାର୍ଯ୍ୟ ଖସଡା ତଥା ଲକ୍ଷଧାର୍ଯ୍ୟଅନୁଯାୟୀ ଗ୍ରାମ୍ୟ ରୋଜଗାର ସେବକ ମାନେ କାର୍ଯ୍ୟକରିବା କଥା । ହେଲେ ସଂପୃକ୍ତ ଗ୍ରାମସ୍ୱରୋଜଗାର ସେବକମାନେ ସଠିକଭାବେ କାର୍ଯ୍ୟକରୁନାହାଁନ୍ତିକି ବୈଠକକୁ ଆସୁନାହାଁନ୍ତି । ଏନେଇ ସେମାନଙ୍କ ବିରୁଦ୍ଧରେ ସଂପୃକ୍ତ ପଂଚାୟତର ହିତାଧିକାରୀ ମାନଙ୍କଠାରୁ ଅଭିଯୋଗ ବ୍ଲକ ପ୍ରଶାସନ ନିକଟରେ ହୋଇଥିଲା । ଏନେଇ ବିଡିଓଙ୍କ ପକ୍ଷରୁ ସଂପୃକ୍ତ ଗ୍ରାମସ୍ୱରୋଜଗାର ସେବକମାନଙ୍କୁ ବାରମ୍ବାର ତାଗିତ କରାଯାଇଥିଲା । ହେଲେସେମାନେ ନିୟମାନୁଯାୟୀ କାର୍ଯ୍ୟକରିବା ପରିବର୍ତ୍ତେ ପୂର୍ବବତ ଅବହେଳିତ କାର୍ଯ୍ୟଧାରା ଜାରିରଖିବାରୁ କାର୍ଯ୍ୟନୁଷ୍ଠାନ ପୂର୍ବକ ବିଡିଓ ସେମାନଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି । ସେମାନଙ୍କ ସ୍ଥାନରେ ଅନ୍ୟ ଜିଆଆରଏସଙ୍କୁ ସଂପୃକ୍ତ ପର୍ଯ୍ୟାୟତରେ କାର୍ଯ୍ୟକରିବା ନିମନ୍ତେ ନିଯୁକ୍ତ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.