Home ଓଡ଼ିଶା ଧାନ ମଣ୍ଡି ସମସ୍ୟା ଓ ଚାଷୀଙ୍କଠାରୁ ଧାନ କ୍ରୟ କରିବା ଦାବିନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ...

ଧାନ ମଣ୍ଡି ସମସ୍ୟା ଓ ଚାଷୀଙ୍କଠାରୁ ଧାନ କ୍ରୟ କରିବା ଦାବିନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ଓ ସିଏସଓଙ୍କୁ ଘେରିଲେ ଚାଷୀ

42

ମାଲକାନଗିରି, ୧୧/୨ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାରେ ଖୋଲା ଯାଇଥିବା ସମସ୍ତ ମଣ୍ଡିରେ ଚାଷୀଙ୍କ ଧାନ ଉଠା ଜାଉନଥିବାରୁ ହଜାର ହଜାର କ୍ୱିଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ ପଡିରହିବା ସହ ଚାଷୀଙ୍କ ନିକଟରେ ଗଛିତ ରହିଛି। ଏବେ ନର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ସରକାରୀ କର୍ମଚାରୀ ଓ ଗ୍ରାମବାସୀମାନେ ନିର୍ବାଚନ ପାଇଁ ବ୍ୟସ୍ଥ ରହୁଛନ୍ତି। ଏହି ସମୟରେ ସେମାନଙ୍କ ଧାନ ମଣ୍ଡିରେ ଓ ଘରେ ପଡିରହିଥିବାରୁ ଚାଷୀ ମାନେ ହତାଶ ହୋପଡିଛନ୍ତି।

ନିର୍ବାଚନ ପୂର୍ବରୁ ମଣ୍ଡିଗୁଡିକରେ ପଡି ରହିଥିବା ଧାନ ଉଠାଇବା ପାଇଁ ଆଜି ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଅଧ୍ୟକ୍ଷ ଲଳିତ ମାଡକାମୀ, କୃଷ୍ଣ ଚନ୍ଦ୍ର ମାଡକାମୀଙ୍କ ନେତୃତ୍ୱରେ ସାତଟି ବ୍ଳକ ଓ ୧୧୧ଟି ପଞ୍ଚାୟତ ର ଚାଷୀ ପ୍ରତିନିଧିମାନେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ଘେରାଉ କରି ତୁରନ୍ତ ମଣ୍ଡି ଖୋଲି ଚାଷୀଙ୍କ ଠାରୁ ଧାନ କ୍ରୟ କରାନଗଲେ ଭୋଟ ବର୍ଜନ ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ବସ୍ତା ଜମା କରି ଧାରଣା ଦେବେ ବୋଲି ଚାଷୀମାନେ କହିଥିଲେ। ଆସନ୍ତା ସୋମବାର ଠାରୁ ମଣ୍ଡି ଖୋଲା ଯାଇ ଚାଷୀଙ୍କ ଧାନ କ୍ରୟ କରାଯିବ ବୋଲି ସିଏସ ଓ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଚାଷୀମାନେ ଦରଖାସ୍ତ ପ୍ରଦାନ କରିଥିଲେ। ତୁରନ୍ତ ମଣ୍ଡିଗୁଡିକରୁ ଧାନ ଉଠା ନଗଲେ ସମସ୍ଥବ୍ଲକ ହେର୍ଡ କ୍ୱାଟର ରାସ୍ତା ଓ ଜିଲ୍ଲାପାଳଙ୍କ ଅଫିସ ଅଗରେ ଧାନ ରଖି ଚାଷୀମାନେ ରାସ୍ତା ରୋକ ଆନ୍ଦୋଳନ କରିବେ ବୋଲି ଚାଷୀ ମନେ ଚେତାବନୀ ଦେଇଛନ୍ତି। ଅପର ପକ୍ଷରେ ଜିଲ୍ଲାରେ ୧୧ ଲକ୍ଷ ୪ ହଜାର ୭୦୦ କ୍ୱିଣ୍ଟାଲ ଧାନ ମଣ୍ଡିରୁ ଚାଷୀଙ୍କ ଠାରୁ କ୍ରୟ କରାଯିବା ପାଇଁ ଟାର୍ଗେଟ ରହିଥିବା ବେଳେ ଇତିମଧ୍ୟରେ ୧୦ଲକ୍ଷ ୮୫ହଜାର ୭୧୬ କ୍ୱିଣ୍ଟାଲ ଧାନ ଚାଷୀଙ୍କ ଠାରୁ କ୍ରୟ କରାଯାଇଛି। ୨୧ ହଜାର ୭୧୭ ଜଣ ଚାଷୀଙ୍କ ଜମା ଖାତାରେ ୧୯୫ କୋଟି ୧୩ ଲଷ ୯୭ ହଜାର ୨୨୮ ଟଙ୍କା ଜମା ହୋଇ ସାରିଲାଣି। ଅଧିକ ୩ ଲକ୍ଷ କୁଇଣ୍ଟାଲ ଧନ ଟାର୍ଗେଟ ବଢାଇବା ପାଇଁ ରାଜ୍ୟସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲା। ଏବେ ୧ଲଷ କୁଇଣ୍ଟାଲ ଧାନ କ୍ରୟର ଅଧିକ ଟାର୍ଗେଟ ଆସିଛି। ଆସନ୍ତା ସୋମବାର ଠାରୁ ପୁଣି ମଣ୍ଡି ଖୋଲା ଯାଇ ଚାଷୀଙ୍କ ଧାନ କ୍ରୟ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.