Home ଓଡ଼ିଶା ପାନୀୟ ଜଳ ସଂକଟ ରେ ରଣପୁର ଏନ୍‌.ଏ.ସି. ୧୨ ନଂ ୱାର୍ଡବାସୀ

ପାନୀୟ ଜଳ ସଂକଟ ରେ ରଣପୁର ଏନ୍‌.ଏ.ସି. ୧୨ ନଂ ୱାର୍ଡବାସୀ

81

ନୟାଗଡ/୦୬/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଗ୍ରୀଷ୍ମ ପ୍ରବାହ ଦିନ କୁ ଦିନ ବଢିବା ରେ ଲାଗିଥିବା ବେଳେ ବହୁ ଅଂଚଳ ରେ ପାନୀୟ ଜଳ ସଙ୍କଟ ଦେଖା ଦେଇଛି । ବିଶେଷତଃ ରଣପୁର ଏନ୍ ଏ ସି ର ମଣିନାଗ ପାହାଡ ତଳି ଅଂଚଳ ରେ ଫେବୃୟାରୀ ମାସ ଦ୍ୱିତୀୟାର୍ଦ୍ଧ ରୁ ଖୋଲା କୂପ ଗୁଡିକ ଶୁଖି ଯାଇ ପାଣି ଛଣା ପଡିଥାଏ । ତେଣୁ ଲୋକ ମାନେ ଖୋଲା କୂଅ ର ନିଅଣ୍ଟିଆ ପାଣି କୁ ଛାଣି ପିଇଥାନ୍ତି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣପୁର ଏନ୍‌.ଏ.ସି. ୧୨ ନଂ ୱାର୍ଡ ବ୍ରଜବଲ୍ଲଭପୁର ଗ୍ରାମ ରେ । ଲାଖପଡା ଛକ ନିକଟରେ ୧୨ ଟି ହରିଜନ ପରିବାର ଦୀର୍ଘ ବର୍ଷ ହେଲା ବାସ କରି ଆସୁଛନ୍ତି । ଗୋଟିଏ ନଳକୂପ  ତାହାବି ଅଚଳ । ଘର କୁ ପାଣି ଯୋଗାଣ ପାଇଁ ପାଇପି ବିଛା ସରିଛି କିନ୍ତୁ ପ୍ରକଳ୍ପ କାର୍ଯ୍ୟ କରୁନାହିଁ । ପ୍ରତିବର୍ଷ ଏହି ବସ୍ତି ଅଂଚଳ ରେ ପାନୀୟ ଜଳ ସଂକଟ ଦେଖା ଦେଇଥାଏ । କିନ୍ତୁ ଟ୍ରାଙ୍କର ଯୋଗେ ଏନ୍‌.ଏ.ସି. କର୍ତୁପକ୍ଷ ଘର ଘର ବୁଲି ପାନୀୟ ଜଳ ଯୋଗାଇ ଥାନ୍ତି । କିନ୍ତୁ ଚଳିତ ବର୍ଷ ଟ୍ରାଙ୍କର ପାଣି ଯୋଗାଇ ଦିଆ ଯାଉନାହିଁ ।

ଫଳରେ ୧୨ ନଂ ୱାର୍ଡ ର ଏହି ୧୨ ଗୋଟି ପରିବାର ଏକ ପରିତକ୍ତ ଖୋଲାକୂଅ ର ଜଳ କୁ ବାଣ୍ଟି ବୁଣ୍ଟି ଲୁଗା ରେ ଛାଣି ଘର କୁ ନେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକ ମାନେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଛନ୍ତି । ଏ ସର୍ମ୍ପକେ ରଣପୁର ଏନ୍‌.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି ଙ୍କ ସଜ ଯୋଗାଯୋଗ କରିବାରେ କୁହନ୍ତି ଯେ ସେହି ୧୨ ନଂ ୱାର୍ଡ ବାସିନ୍ଦା ଙ୍କ ପାଇଁ ସବୁ ଦିନିଆ ପାଇପି ଜଳ ଯୋଗାଇବା ପାଇଁ ପଦକ୍ଷେପ ନିଆ ଯାଇଅଛି । କିନ୍ତୁ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି । ତେଣୁ ସେହିଠାରେ ଥିବା ନଳକୂଅ ସଜାଡିବା କିମ୍ବା ଟ୍ରାଙ୍କର ଯୋଗେ ପାଣି ଯୋଗାଇବା କେଉଁଟା ଶ୍ରୀଘ୍ର ହୋଇପାରିବ ସେ ବିଷୟ ରେ ପଦକ୍ଷେପ ନିଆଯାଉଛି । ଏ ବିଷୟ ରେ ରଣପୁର ଏନ୍‌.ଏ.ସି. ଦାଇତ୍ୱ ରେ ଥିବା ନୟାଗଡ ଜନସ୍ୱାସ୍ଥ୍ୟ ବିଭାଗ ର ଯନ୍ତ୍ରୀ ଶରତ କୁମାର ନାୟକ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ସେଠାରେ ଥିବା ନଳକୂପ କୁ ତୁରନ୍ତ ନିର୍ମାଣ କରିବା ପାଇଁ ମୁଁ ନିର୍ଦେଶ ଦେଉଅଛି । ଅପର ପକ୍ଷେ ପାନୀୟ ଜଳ ପାଇଁ ଡହକ ବିକଳ ହେଉଥିବା ଲୋକ ମାନେ ଶ୍ରୀଘ୍ର ପାନୀୟ ଜଳ ଯୋଗାଇବା ପାଇଁ ଅନୁରୋଧ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.