Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକଙ୍କ ୭୫ତମ ଜୟନ୍ତୀ ଉତ୍ସବ ପାଳିତ

ବରିଷ୍ଠ ସାମ୍ବାଦିକଙ୍କ ୭୫ତମ ଜୟନ୍ତୀ ଉତ୍ସବ ପାଳିତ

26

ପୁରୀ ୧୯.୮ (ଓଡ଼ିଆ ପୁଅ) ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଅଚିନ୍ତା ମଣ୍ଡପ ଠାରେ ଶାନ୍ତି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ବିଜୟ ପଟ୍ଟନାୟକଙ୍କ ୭୫ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ପଦ୍ମନାଭ ତ୍ରିପାଠୀ ଅଧକ୍ଷତା କରିଥିଲେ। ବରିଷ୍ଠ ସେବାୟତ ମନୋରଞ୍ଜନ ସିଂହାରୀ ସନମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ବିଜୟ ପଟ୍ଟନାୟକଙ୍କ ନିରପେକ୍ଷତା ସମ୍ବାଦ ପରିବେଷଣ କରିବା ଉପରେ ଆଲୋକପତ କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନୋଜ ଦାସ, ପ୍ରଭାକର ବେହେରା, ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ, କାଶୀନାଥ ସୁବୁଦ୍ଧି, ବିଦେଶୀ ଦଳେଇ, ଭୀରୁ, ପୁଷ୍ପଜିତ ମହାପାତ୍ର, ଗୋପାଳ ଚନ୍ଦ୍ର ଦାସ ପ୍ରମୁଖ ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଶେଷରେ କୁନି ବାଳଗୋପାଳ କେକ୍ କାଟି ସମସ୍ତଙ୍କୁ କେକ୍ ବଣ୍ଟନ କରିଥିଲେ ଏବଂ ଶେଷରେ ଫଟୋ ସାମ୍ବାଦିକ ମହେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.