Home ଅପରାଧ ପୁରୀ ଜିଲ୍ଲା ବ୍ରହ୍ମଗିରୀରେ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ

ପୁରୀ ଜିଲ୍ଲା ବ୍ରହ୍ମଗିରୀରେ ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ

47

ପୁରୀ ୧୯-୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରୀ ଥାନା ଅଧୀନ ବିଜିପୁର ଛକରେ ଚଢ଼ାଉକରି ଜଣେ ଆସାମୀକୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି। ଅଭିଯୁକ୍ତ ହେଲେ ୨୮ ବର୍ଷୀୟ ସୁଦର୍ଶନ ସୁନ୍ଦରା। ତାଙ୍କର ଘର ବ୍ରହ୍ମଗିରୀ ହରଚଣ୍ଡୀ ସାହି।

ତାଙ୍କ ପାଖରୁ ୧୦୫ ଗ୍ରାମ ବ୍ରାଉନ ସୁଗାର ଏବଂ ଗୋଟିଏ TVS XL SUPER HD BIKE ଜବତ କରାଯାଇଛି। ଅଭିଯୁକ୍ତ ସୁଦର୍ଶନଙ୍କୁ ସାତପଡ଼ା ଅବକାରୀ ଥାନା କେସ ନଂ-୬୧/୨୨-୨୩ ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୦, ୫୦, ୦୦୦ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି। ଏହି ଚଢ଼ାଉରେ ରଙ୍କନିଧି ମଲ୍ଲିକ, ସଂଜିପ ହସ୍ତୀ, ପ୍ରବୀନ ବିରାଜ କିରୋ, ଅଭିଜିତ ପ୍ରଧାନ, ଆଶିଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.