Home Top News ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ

31

ପୁରୀ ୧୯-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀ ଜିଲ୍ଲାର ବନ୍ୟା ଅଞ୍ଚଳ ପରିସ୍ଥିତି ସମିକ୍ଷା କରିଛନ୍ତି। ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାପରେ ସର୍କିଟ ହାଉସରେ ସମୀକ୍ଷା ଓ ଆଲୋଚନା କରିଥିଲେ। ପୁରୀ ଜିଲ୍ଲାରେ ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ ମକରା ଆଦି ନଦୀ ଓ ତାର ଶାଖାନଦୀ ଦେଇ ବନ୍ୟା ଜଳ ସମୁଦ୍ରକୁ ନିସ୍କାସିତ ହେଉଥିବାରୁ ପୁରୀ ଜିଲ୍ଲାରେ କୁତ୍ରୀମ ବନ୍ୟା ବିଭୀଷିକା ଦେଖାଦେଇଛି। ଫଳରେ ଜିଲ୍ଲାର ଅସ୍ତରଙ୍ଗ, ଗୋପ, ଡେଲାଙ୍ଗ, କଣାସ, ନିମାପଡା, ପିପିଲି, ପୁରୀ ସଦର ଆଦି ସାତଟି ବ୍ଲକ ବହୁପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ମୋଟ ୫୫ଟି ପଞ୍ଚାୟତର ୨୦୧ଟି ଗ୍ରାମ ବନ୍ୟା ପାଣିରେ ବୁଡି ରହିଛି। ମୋଟ ପ୍ରାୟ ୧, ୪୩, ୪୨୯ ଲୋକ ପ୍ରଭାବିତ ହେବା ସହ ଘରଛାତ କିମ୍ବା ନଦୀବନ୍ଧ ଉପରେ ଆଶ୍ରୟ ନେଇଛନ୍ତି। ଗତ ୧୭ ତାରିଖ ସୁଦ୍ଧା ୧୪୨ଟି ଗ୍ରାମର ପ୍ରାୟ ୧, ୧୦, ୪୪୭ଜଣ ଲୋକ ଜଳବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ପ୍ରାୟ ୬୮ଟି ଗ୍ରାମର ମୋଟ ୭୬, ୮୬୨ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଏହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ଚାଲୁଥିବା ଯୋଗୁଁ ଏସବୁ ଗାଁ ବାହ୍ଯ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ଗତ ୧୭ତାରିଖ ଦିନ ମୋଟ ୧୨, ୩୧୯ଜଣଙ୍କୁ ୧୬୧ଟି ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଗତକାଲି ୧୦, ୩୬୦ଜଣଙ୍କୁ ୭ଟି ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି।ତେବେ ମୋଟ ୨୨, ୬୭୯ ଜଣଙ୍କୁ ଇଭାକୁଏଟ୍ କରାଯାଇ ୧୬୮ଟି ସେଣ୍ଟରରେ ସୁରକ୍ଷିତ ଭାବେ ରଖାଯାଇଛି। ପ୍ରଥମେ ୨୮ଟି ଓ ପରେ ଆଉ ୧୯ଟି କେନ୍ଦ୍ରରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଅଧିକ ୭ଟି କେନ୍ଦ୍ର ମଞ୍ଜୁର କରାଯାଇଛି। ରିଲିଫ କେନ୍ଦ୍ର ଖୋଲାଯାଇ ରିଲିଫ ବଣ୍ଟନ କରାଯାଉଛି। ୧୮୦ କୁଇଣ୍ଟାଲ ଚାଉଳ, ୬୭୫କେଜି ଚୁଡା, ୮୭ କେଜି ଚିନି ଓ ଗୁଡ, ୨୫ହଜାର ପାଣି ବୋତଲ ସହ ୮ହଜାର ପାଣି ପାଉଚ ଆଦି ରିଲିଫ ବଣ୍ଟନ କରାଯାଇଛି। ଗତକାଲି ମଧ୍ୟ ଅତିରିକ୍ତ ୪୯୦କେଜି ଚୁଡା, ୪୯କେଜି ଚିନି ଓ ଗୁଡ ଆଦି ବଣ୍ଟନ କରାଯାଇଛି। ସେହିଭଳି ବନ୍ୟାଞ୍ଚଳରେ ୪୬ହଜାରରୁ ଉର୍ଦ୍ଧ୍ବ ପାଣି ବୋତଲ ବଣ୍ଟନ କରାଯାଇଥିବା ବେଳେ ୧୨୨୦ ପଲିଥିନ ରିଲିଫ ବାବଦରେ ବଣ୍ଟନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏବେ ସୁଦ୍ଧା ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ଜିରୋ ରହିଛି। ବନ୍ୟା ଯୋଗୁଁ ପ୍ରାୟ ୩୭ହଜାର ଗୋସମ୍ପଦ ପ୍ରଭାବିତ ହୋଇଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ରହିଛନ୍ତି। ତେବେ ବନ୍ୟା ଯୋଗୁଁ ବ୍ଯାପକ ଫସଲ ହାନି ଘଟିଥିବା ଜଣାପଡିଛି। ସରକାରୀ ରିପୋର୍ଟ ଅନୁସାରେ ପ୍ରାୟ ୬୫୭୭ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। କେଉଁ ଜମି କେତେ କ୍ଷତିଗ୍ରସ୍ତ ହୋଇଛି ତାହାର ସଠିକ୍ ଭାବେ ଆକଳନ କରାଯିବା ପରେ ସ୍ପଷ୍ଟ ହେବ ବୋଲି ବୈଠକରେ କୁହାଯାଇଥିଲା।

ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି,, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଜଗତସିଂହପୁର ସାଂସଦ,, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ପିପିଲି ବିଧାୟକ, ମନ୍ତ୍ରୀ ତୁଷାର କାନ୍ତି ବେହେରା ବନ୍ୟା ପ୍ରଭାବିତ ସମସ୍ତ ବ୍ଲକର ବିଡିଓ ଓ ତହସିଲଦାର ମାନେ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.