Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ପୁନର୍ଗଠିତ

ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ପୁନର୍ଗଠିତ

12

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସର୍ବପୁରାତନ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ସଭା ଭଦ୍ରକ ଜାନୁଗଞ୍ଜ ସ୍ଥିତ ‘ଦିବ୍ୟମ୍‌’ ସଭାଗୃହରେ ମଞ୍ଚର ଉପସଭାପତି ପଦ୍ମନ କୁମାର ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାର ପ୍ରାରମ୍ଭରେ ମଞ୍ଚର ପ୍ରାକ୍ତନ ସଭାପତି ପଦ୍ମନାଭ ପାଢୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ମଞ୍ଚର କାର୍ଯ୍ୟକାରିଣୀ କମିଟିର ପୁନର୍ଗଠନ କରାଯାଇ ନିମ୍ନଲିଖିତ ବ୍ୟକ୍ତିମାନଙ୍କୁ ଆଗାମୀ ୩ ବର୍ଷ ପାଇଁ କର୍ମକର୍ତ୍ତା ଭାବେ ମନୋନୀତ କରାଗଲା । ସେମାନେ ହେଲେ ସଭାପତି – ଡ. ଭାଗବତ ତ୍ରିପାଠୀ, ଉପସଭାପତି – ପଦ୍ମନ କୁମାର ରାୟ, ସମ୍ପାଦକ – ବିଚିତ୍ରାନନ୍ଦ ମହାନ୍ତି, ସହ-ସମ୍ପାଦକ – ଅଗଣି ଚରଣ ଜେନା ଓ ଶ୍ରୀହର୍ଷ ସ୍ୱାଇଁ । କୋଷାଧ୍ୟକ୍ଷ – କରୁଣାକର ଉପାଧ୍ୟାୟ । କାର୍ଯ୍ୟକାରିଣୀ ସଦସ୍ୟସଦସ୍ୟାମାନେ ହେଲେ – ଅଜୟ କୁମାର ନାୟକ (ତ୍ୟାଗଭୁମି), ଡା. ସୁକାନ୍ତି କୁମାର ଜେନା, ଇଂ ମଧୁସୂଦନ ସାହୁ, ଶାନ୍ତନୁ କୁମାର ରାଉତ, ଡ. ଶଶିକାନ୍ତ ପାଢୀ, ସୁଧାକର ରାଉତ, ଅଜିତ୍ କୁମାର ନାୟକ, ବିନୟ କୁମାର ପଣ୍ଡା, ମୁକ୍ତିକାନ୍ତ ମହାପାତ୍ର, ବିଜୟ କୁମାର ମହାନ୍ତି, ଲଲାଟେନ୍ଦୁ ମହାନ୍ତି, ବାବୁଲାଲ ଦାସ ମନୋନୀତ ହୋଇଛନ୍ତି । ସଭା ଶେଷରେ କରୁଣାକର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.