Home ଜିଲ୍ଲା ପରିକ୍ରମା ୨୦୨୨ ପଞ୍ଚାୟତ ନିର୍ବାଚନ : ୧୨୭ଟି ଗାଡ଼ିର ମାଲିକମାନେ ଅଦ୍ୟାବଧି ନେଇ ନାହାନ୍ତି ପ୍ରାପ୍ୟ

୨୦୨୨ ପଞ୍ଚାୟତ ନିର୍ବାଚନ : ୧୨୭ଟି ଗାଡ଼ିର ମାଲିକମାନେ ଅଦ୍ୟାବଧି ନେଇ ନାହାନ୍ତି ପ୍ରାପ୍ୟ

9

ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ପଞ୍ଚାୟତ ନିର୍ବାଚନ ୨୦୨୨ ପରିଚାଳନା ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଜରିଆରେ ବିଭିନ୍ନ ପ୍ରକାର ୪ ଚକିଆ ଯାନ ରିକ୍ୟୁଜିସନ କରାଯାଇ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଗାଡ଼ି ଗୁଡ଼ିକର ଭଡ଼ା ବାବଦ ଅର୍ଥ କେତେଜଣ ଗାଡ଼ି ମାଲିକମାନଙ୍କୁ ପ୍ରଦାନ କରାଯାଇଥିଲେ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରଦାନ କରୁନଥିବାରୁ ଅଦ୍ୟାବଧି ୧୨୭ଟି ଗାଡ଼ିର ମାଲିକମାନଙ୍କୁ ଅର୍ଥ ଦିଆଯାଇପାରୁନଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ତା ୨୦.୧୧.୨୩ ସୁଦ୍ଧା ସଂପୃକ୍ତ ଗାଡ଼ି ଗୁଡ଼ିକର ମାଲିକମାନେ ନିଜ ନିଜର ବ୍ୟାଙ୍କ ଅକାଉଣ୍ଟ ଓ ଆଇ.ଏଫ୍‌.ଏସ୍‌.ସି. ନମ୍ବର ପ୍ରଦାନ ନକଲେ ଭବିଷ୍ୟତରେ ଉକ୍ତ ଭଡ଼ା ଅର୍ଥ ପାଇଁ ଦାବି କରିପାରିବେ ନାହିଁ ବୋଲି ଜିଲ୍ଳା ପ୍ରଶାସନ ତରଫରୁ ଜଣାଇଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.