Home ଜିଲ୍ଲା ପରିକ୍ରମା ଦୁର୍ଘଟଣାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ଦୁର୍ଘଟଣାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

6

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁଲିସ୍ ବିଭାଗରୁ ପ୍ରାପ୍ତ ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧ ତାରିଖ ରାତିରେ ବହୁଦରଡା ଗ୍ରାମ ନିକଟ ଜାତୀୟ ରାଜପଥ ନଂ ୧୬ ରେ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜଣେ ଅଜଣା ପୁରୁଷ ଲୋକର ପରିଚୟ ମିଳିପାରୁନଥିବାରୁ ତାଙ୍କର ମୃତ ଶରୀର କାହାକୁ ହସ୍ତାନ୍ତର କରାଯାଇପାରୁନାହିଁ । ଶବ ବ୍ୟବଚ୍ଛେଦ ପରେ ତାହା ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାର୍ଚ୍ଚ ୨ ତାରିଖ ଠାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଚିହ୍ନଟ ଉଦ୍ଦେଶ୍ୟରେ ସଂଗୃହିତ ରଖାଯାଇଥିବା ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କେନ୍ଦୁଆପଦା ଆଉଟପୋଷ୍ଟର ଏଏସ୍‌ଆଇ ସୂଚନା ପ୍ରଦାନ କରିଛନ୍ତି । ଏହି ଖବର ଜରିଆରେ କେହି ଯଦି ତାଙ୍କ ପରିଚୟ ସମ୍ବନ୍ଧରେ କିଛି ଅବଗତ ଥାଆନ୍ତି, ତେବେ ନିକଟସ୍ଥ ପୁଲିସ୍ କାର୍ଯ୍ୟାଳୟ କିମ୍ବା ଜିଲା ପୁଲିସ୍ କାର୍ଯ୍ୟାଳୟକୁ ଜଣାଇବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.