Home କୋରାପୁଟ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

140

କୋରାପୁଟ ୦୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ କୋରାପୁଟ ଜିଲାର ୨୧୦ ଜଣ ବରିଷ୍ଠ ନାଗରିକ ବିଭିନ୍ନ ତୀର୍ଥ ସ୍ଥାନ ପରିଦର୍ଶନରେ ଯାଇଛନ୍ତି। ୪ଟି ବସରେ ସେମାନେ ଯାତ୍ରା କରିଛନ୍ତି। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ଅତିରିକ୍ତ ଜିଲାପାଳ ଦେବେନ୍ କୁମାର ପ୍ରଧାନ, ଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାୟଗୁରୁ, ଜିଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।ବରିଷ୍ଠ ନାଗରିକମାନେ କୋରାପୁଟର ସଂସ୍କୃତିଭବନରେ ପଂହଚିଲାପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ଡାକ୍ତର ଅଭିନାସ ପାଉଲ, ଡାକ୍ତର ରାମ ନରେଶ ଯାଦବ, ଡାକ୍ତର ସ୍ମୃତିରଂଜନ ପରିଡା, ଡାକ୍ତର ହର ପ୍ରସାଦ ପାଣିିଗ୍ରାହୀ, ଫର୍ମାସିଷ୍ଟ ଭୁବନେଶ୍ୱର ଦାସ, ଏଲଟି ପି.କେ.ବିଷୋୟୀ ଓ ସ୍ୱପ୍ନାରାଣୀ ସାବତ, ଶଶିଭୁଷଣ ସାହୁ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବରିଷ୍ଠ ନାଗରିକ ମାନେ ଆଜି ଠାରୁ ଆସନ୍ତା ୮ତାରିଖ ମଧ୍ୟରେ ଦକ୍ଷିଣ ଭାରତର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ତିରୁପତି, ଭେଲୋର୍ ଓ ଶ୍ରୀକାଳହସ୍ତୀ ଦର୍ଶନ କରି ଫେରିବେ ବୋଲି ଜଣା ପଡିଛି। କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.