Home ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ବ୍ରହ୍ମପୁର ଗସ୍ତ ବେଳେ ବିପକ୍ଷ ଦଳ ର ବହୁ ନେତା, କର୍ମୀଙ୍କୁ ପୋଲିସ...

ମୁଖ୍ୟମନ୍ତ୍ରୀ ଙ୍କ ବ୍ରହ୍ମପୁର ଗସ୍ତ ବେଳେ ବିପକ୍ଷ ଦଳ ର ବହୁ ନେତା, କର୍ମୀଙ୍କୁ ପୋଲିସ ଉଠାଇଲା: ଜଳ ଯୋଗାଣ ପ୍ରକଳ୍ପର ପାଣି ନାଳକୁ ଗଲା

1103

ବ୍ରହ୍ମପୁର: ୩/୦୩ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଅସଂପୂର୍ଣ୍ଣ ଜାନିବିଲି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ ପ୍ରହସନ ବନ୍ଦ କରିବା ଓ ଚିଟଫଣ୍ଡ ଜମାକାରୀଙ୍କୁ ରାଜ୍ୟ ସରକାର ଯଥାଶୀଘ୍ର ଟଙ୍କା ଫେରସ୍ତ କରିବା ଦାବିରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତକୁ ଭାରତୀୟ ଜନତା ପାର୍ଟି, ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବିରୋଧ କରି ବ୍ରହ୍ମପୁର ଗାନ୍ଧୀ ନଗର ଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମୁହଁରେ କଳାପଟି ବାନ୍ଧି ନୀରବ ଧାରଣା ପ୍ରଦର୍ଶନ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଅମୃତ ଯୋଜନା ଓ ରାଜ୍ୟ ସରକାରଙ୍କ ଶତକଡା ୫୦ ଭାଗ ଅନୁଦାନ ରେ ହୋଇଥିବା ବ୍ରହ୍ମପୁର ବୃହତ ପାନୀୟ ଜଳ ଯୋଗାଣ ଜାନିବିଲି ଜଳ ପ୍ରକଳ୍ପକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଠାରେ ଉଦଘାଟନ କରିଛନ୍ତି। ଏହି ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ଘେନି ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଳଯୋଗାଣ ପ୍ରକଳ୍ପ ସମେତ ୪୭୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରିଥିଲେ।

ପୋଲିସ ଜବରଦସ୍ତି ଭାରତୀୟ ଜନତା ପାର୍ଟିର ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ଆଣି ବୈଦ୍ୟନାଥପୁର ଥାନାରେ ଅଟକ ରଖିଥିଲେ। ଗାନ୍ଧୀ ନଗର ଛକ ଠାରେ ବିଜେପି କାର୍ଯ୍ୟକର୍ତ୍ତା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଠାରେ କିଛି ସମୟ ପାଇଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସମେତ ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ, ପ୍ରଭାତ ଷଡଙ୍ଗୀ, ଶରତ କୁମାର ସାହୁ, ପ୍ରଦୀପ ମିଶ୍ର, ପୂର୍ବତନ କୋରପେରଟର୍ ପ୍ରଦୀପ ଶତପଥୀ, ଡି.କରୁଣାକର, ଅହିଂସା ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେବ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ମଣ୍ଡଳ ସଭାପତି ମଧୁସୂଦନ ସାହୁ, ପ୍ରଫୁଲ୍ଲ ପାଣିଗ୍ରାହୀ, ଏସ୍. ଶ୍ରୀନିବାସ୍, ଶିବ ଅଧିକାରୀ, ତ୍ରିନାଥ ମହାପାତ୍ର, ଯୁବନେତା ଶ୍ରୀକାନ୍ତ ପାଢୀ, ଡା. ସୁବାସ ସାହୁ, ସୁନିଲ ପାତ୍ର, ବିଜୟ କୁମାର ପଣ୍ଡା, ସୂର୍ଯ୍ୟ ନାହାକ, ରାମ କୁମାର ପାତ୍ର, କିରଣ କୁମାର ସାହୁ, ଶ୍ରୀକୁମାର ପୁରୋହିତ, ମନୋଜ ମହାରଣା, ମଧୁସୂଦନ ସାହୁ, ଶିବ ପାତ୍ର, ଷନ୍ତୋଷ ମହାରଣା, ଅନନ୍ତ ନାରାୟଣ ମହାନ୍ତି, ବ୍ରହ୍ମାନନ୍ଦ ସାହୁ, କମଲ ପାତ୍ର, ପ୍ରଶାନ୍ତ ସାହୁ, ରୁପେଶ ପାଢୀ ପ୍ରମୁଖଙ୍କ ସମେତ ଶତାଧିକ ଉର୍ଦ୍ଧ ବିଜେପି କାର୍ଯ୍ୟକର୍ତ୍ତା ଥାନାରେ ଅଟକ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରୁଥିବା କଂଗ୍ରେସ ଦଳର ଯୁବ ନେତା ମାନଙ୍କୁ ମଧ୍ୟ ପୋଲିସ ଉଠାଇନେଇ ଗତ ରାତିରୁ ବିଭିନ୍ନ ଥାନାରେ ଅଟକ ରଖିଥିଲେ।

ମୁଖ୍ୟମନ୍ତ୍ରୀ ଙ୍କ ସଭା ପାଇଁ ଲୋକଙ୍କୁ ନିମନ୍ତ୍ରଣ ପତ୍ର ଦେଇ ଅଟୋ ଓ ଅନ୍ୟାନ୍ୟ ଗାଡ଼ିରେ ସଭା ସ୍ଥଳକୁ ବୋହି ଅଣାଯାଇଥିଲା। ତେବେ ସଭା ପରେ ସେହି ଗାଡି ଗୁଡିକର ପତ୍ତା ନ ମିଳିବାରୁ ସହସ୍ରାଧିକ ପୁରୁଷ, ବୃଦ୍ଧ, ବୃଦ୍ଧା ଖରାରେ ଦୟନୀୟ ଅବସ୍ଥାରେ ଘରକୁ ଫେରିଥିଲେ।

ଏକ ଅସମ୍ପୂର୍ଣ୍ଣ ଜଳ ଯୋଗାଣ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ରାଜନୈତିକ ଉଦ୍ଦେଶ୍ୟ ରେ ତରବରିଆ ଭାବେ ଉଦଘାଟନ କରିବା ଘଟଣା ସମଗ୍ର ଗଞ୍ଜାମ ଜିଲ୍ଲାବାସୀ ଅନୁଭବ କରିଛନ୍ତି। ପାଇପ ବିଛାଇବା, ଠିକ ସ୍ଥାନକୁ ପାଣି ପହଞ୍ଚିବା ଲକ୍ଷ୍ୟ ରେ ପାଇପ ସଂଯୋଗ କରିବା, ପରୀକ୍ଷା ମୂଳକ ଭାବେ ଯୋଗାଣ କରାଯାଉଥିବା ପାଣି ନାଳରେ ପଡିବାରୁ ରୋକିବା ଇତ୍ୟାଦି ହୋଇନଥିବା ବେଳେ ଏପରି ଉଦଘାଟନ ପ୍ରହସନ ପାଲଟି ଥିବା ବିପକ୍ଷ ଦଳ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.